ସନଷ୍ଟାର ଟିଭି ବ୍ୟୁରୋ
ଡେରାଡୁନ: ଘୋଷଣା ହେଲା ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ । ପୁଷ୍କର ସିଂହ ଧାମୀ ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ । ସେ ରାଜ୍ୟରେ 11 ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଆଜି ଡେରାଡୁନରେ ବିଜେପି ବିଧାୟକ ଦଳ ବୈଠକରେ ଏହି ନିଷ୍ପତି ନିଆଯାଇଛି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାରଙ୍କ ଉପସ୍ଥିତିର ପୁଷ୍କର ସିଂହ ଧାମୀ ବିଜେପି ବିଧାୟକ ଦଳ ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ସୂଚନାଥାଉକି ରାଜ୍ୟରେ ସାମ୍ବିଧାନିକ ସଂକଟ ଯୋଗୁଁ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାୱତ । ଗତ ମାର୍ଚ୍ଚ ମାସ 10 ତାରିଖରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ତୀରଥସିଂ ରାୱତ ।