ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି(RIDF) ଅଧୀନରେ ଓଡିଶା ସରକାରଙ୍କୁ 388 କୋଟି ଟଙ୍କାର ସହାୟତା ରାଶି ଦେବା ପାଇଁ ନାବାର୍ଡ ପକ୍ଷରୁ ଅନୁମୋଦନ କରାଯାଇଛି । ଏଥିରେ ରାଜ୍ୟରେ 4ଟି ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ରାସ୍ତା ନିର୍ମାଣ ହେବ । ବୈପାରଗୁଡା ବ୍ଲକ, ବାଲେଶ୍ଵରର ନୀଳଗିରି ବ୍ଲକ, ମାଲକାନଗିରି ଜିଲ୍ଲାର ମାଲକାନଗିରି ଏବଂ କାଲିମେଳା ବ୍ଲକରେ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହେବ ।
ଏହା ସହ ରାଜ୍ୟର 15ଟି ଜିଲ୍ଲା ମଧ୍ୟରେ 20ଟି ଗାଁ ରାସ୍ତା ନିର୍ମାଣ ଏବଂ ନବୀକରଣ କରାଯିବ । ମେଗା ପାଇପ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ପ୍ରକଳ୍ପ ପରିସରରେ ଆଠ ଘଣ୍ଟା ଜଳ ଯୋଗାଣ ସହିତ ଫଙ୍କ୍ସନାଲ ହାଉସଫୁଲ୍ ଟ୍ୟାପ୍ କନେକ୍ସନ୍(FHTC) ମାଧ୍ୟମରେ ଗ୍ରାହକ ଶେଷରେ 70 LPCD ସ୍ୱଚ୍ଛ, ନିରାପଦ ସ୍ୱଚ୍ଛ ପୋର୍ଟେବୁଲ୍ ପାନୀୟ ଜଳ ଯୋଗାଇବା ପାଇଁ ଉଦ୍ଦିଷ୍ଟ । ଏହି ପ୍ରକଳ୍ପଗୁଡିକ 467 ଟି ଗାଁରେ 2.57 ଲକ୍ଷ ଗ୍ରାମୀଣ ଲୋକଙ୍କୁ ବିଶୁଦ୍ଧ ଏବଂ ନିରାପଦ ପାନୀୟ ଜଳ ଯୋଗାଇବ ।
2022 ସୁଦ୍ଧା ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାସ୍ତା ନିର୍ମାଣ ହେଲେ 162 ଟି ଗାଁରେ 1.52 ଲକ୍ଷ ଲୋକଙ୍କ ଜୀବିକା ନିର୍ବାହରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି ।