ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜିଓ ନିଜର ପ୍ରିପେଡ୍ ଗ୍ରାହାକଙ୍କ ଏକ ନୂତନ ସେବାର ଆରମ୍ଭ କରିଛି । ଏହି ସେବାର ନାମ ରହିଛି ଇମର୍ଜିଏନ୍ସି ଡାଟା ଲୋନ୍ । ତେବେ ଏହି ସର୍ଭିସରେ ଗ୍ରାହାକମାନଙ୍କର ବେଶ୍ ଫାଇଦା ହେବ । ଏହି ଡାଟା ଲୋନ ଜରିଆରେ ଗ୍ରାହକ ପ୍ରଥମେ ରିଚାର୍ଜ କରିପାରିବେ ଓ ପରେ ପଇସା ଦେଇପାରିବେ । ତେବେ ଏହି ସୁବିଧା କେବଳ ସେହି ଗ୍ରାହକଙ୍କୁ ମିଳିବ ଯେଉଁମାନଙ୍କର ଡେଲି ଡାଟା କୋଟା ସରିଯାଇଥିବ । ଏହି ନୂତନ ସେବା ମାଧ୍ୟମରେ ଜିଓ ପ୍ରିପେଡ୍ ବ୍ୟବହାରକାରୀ 5 ଥର ଜରୁରୀକାଳୀନ ଡାଟା ଲୋନ ନେଇପାରିବ । ପ୍ରତିଥର ଗ୍ରାହାକଙ୍କୁ 11 ଟଙ୍କାର ଡାଟା ପ୍ୟାକ୍ ମିଳିବ ଯେଉଁଥିରେ 1 GB ଡାଟା ମିଳିବ ।
କିପରି ନେବେ ଇମର୍ଜିଏନ୍ସି ଡାଟା ଲୋନ
- ପ୍ରଥମେ ଜିଓ ଆପ୍ ଖୋଲନ୍ତୁ, ଓ ପେଜର ଉପର ବାମ ପଟେ ଥିବା ମେନୁକୁ ଯାଆନ୍ତୁ ।
- ଏହାପରେ ମୋବାଇଲ୍ ସର୍ଭିସେସ ରେ ଏମର୍ଜେନ୍ସି ଡାଟା ଲୋନ୍ ଚୟନ କରନ୍ତୁ ।
- ଏହାପରେ ପ୍ରୋସିଡ୍ (Proceed) ଉପରେ କ୍ଲିକ୍ କରନ୍ତୁ ।
- ଏହାପରେ ଗେଟ୍ ଇମର୍ଜିଏନ୍ସି ଡାଟା( get emergency data ) ବିକଳ୍ପକୁ ଚୟନ କରନ୍ତୁ ।
- ଏହାପରେ ଆକ୍ଟିଭେଟ୍ ନାଓ ( activate now) ଉପରେ କ୍ଲିକ୍ କରନ୍ତୁ ।
- ଏହାପରେ ଆପଣଙ୍କୁ ଡାଟା ମିଳିଯିବ ।