ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ଏହି ସମୟରେ କରୋନା ଭ୍ୟାକସିନଗୁଡିକ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଭାରତର ସ୍ବଦେଶୀ ଟିକା ନିର୍ମାତା ଭାରତ ବାୟୋଟେକ୍ କୋଭାକ୍ସିନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କହିଛି ଯେ, କୋଭାକ୍ସିନ ପାଇଁ ଏହା ତୃତୀୟ ପର୍ଯ୍ୟାୟ ବା ଅନ୍ତିମ ପର୍ଯ୍ୟାୟ ତଥ୍ୟ ବିଶ୍ଳେଷଣ କରିଛି ଏବଂ ଏହା କୋରୋନା ରୋଗୀ ଏବଂ ଡେଲ୍ଟା ଭାରିଆଣ୍ଟ କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ବୋଲି ଜଣାପଡିଛି । ଏହି ପରୀକ୍ଷଣରେ କୋରୋନା ବିରୋଧୀ ସ୍ବଦେଶୀ ଟିକା 77.8 ପ୍ରତିଶତ ପ୍ରଭାବଶାଳୀ ହୋଇଥିବା ବେଳେ ଡେଲଟା ବିରୁଦ୍ଧରେ 65.2% ପ୍ରଭାବଶାଳୀ ବୋଲି ଜଣାପଡିଛି ।
ଭାରତ ବାୟୋଟେକ୍ ଆଉ ମଧ୍ୟ କହିଛନ୍ତି ଯେ, ଲକ୍ଷଣଗତ କୋରୋନା ରୋଗୀଙ୍କ ବିରୋଧରେ କୋଭାକ୍ସିନ୍ ୭୭.୮ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏଥି ସହିତ, କୋଭାକ୍ସିନ୍ କୋରୋନା ଗୁରୁତର ରୋଗୀଙ୍କ ବିରୋଧରେ ୯୩.୪ ପ୍ରତିଶତ ପ୍ରଭାବଶାଳୀ ଅଟେ । ଏପଟେ ଏହା କୋରୋନାର ଡେଲ୍ଟା ଭ୍ୟାରିଆଣ୍ଟ୍ ବିରୋଧରେ ୬୫.୨% ପ୍ରଭାବଶାଳୀ । ଭାରତ ବାୟୋଟେକ୍ ୧୩୦ଟି କୋରୋନା ମାମଲା ଉପରେ ଏହି ପରୀକ୍ଷା କରି ଏହି ତଥ୍ୟ ପ୍ରଦାନ କରିଛି ।