ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗଞ୍ଜାମରେ ଦିଆଯିବ କୋଭାକ୍ସିନ ଟିକା । ଆଗରୁ ରାଜଧାନୀରେ କେବଳ କୋଭାକ୍ସିନ ଟିକା ଦିଆଯାଉଥିବା ବେଳେ, ଏଣିକି ଗଞ୍ଜାମରେ ମଧ୍ୟ ଦିଆଯିବ। ୧୮ ବର୍ଷରୁ ଊର୍ଦ୍ଧ୍ବ ବୟସର ଲୋକଙ୍କୁ କୋଭାକ୍ସିନ ଟିକା ଦେବାକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଗତକାଲି ଭୁବନେଶ୍ବର ଭଳି ଗଞ୍ଜାମ ଜିଲ୍ଲାରେ କୋଭିଡ ଟିକା (କୋଭାକ୍ସିନ) ଦିଆଯିବାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏସିଏସ ପ୍ରଦୀପ୍ତ କୁମାର ମହାପାତ୍ର ଚିଠି ଲେଖିଛନ୍ତି। ପ୍ରଥମ ଡୋଜ ନେଇ ନ ଥିବା ୧୮ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଏଥର ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ ଟିକା ଦିଆଯାଇପାରିବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ଦ୍ବିତୀୟ ପାନ ବାକିଥିବା ଲୋକଙ୍କୁ କୋଭିସିଲ୍ଡ ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି।