ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶାର ରାଜଧାନୀ ତଥା ସ୍ମାର୍ଟ ସିଟି ଭୁବନେଶ୍ବରର ସିଟି ସର୍ଭିଲାନ୍ସ ସିଷ୍ଟମ ବଢାଇବାକୁ ନିଷ୍ପତି ନିଆଯାଇଛି । ଆଜି ପୋଲିସ ସେବା ଭବନରେ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ତେବେ ଏହି ବୈଠକରେ ଭୁବନେଶ୍ବର DCP, କଣ୍ଟ୍ରୋଲ ରୁମ ACP, ଅତିରିକ୍ତ ପୋଲିସ କମିଶନର ଯୋଗ ଦେଇଛନ୍ତି ।
ରାଜଧାନୀରେ ଅପରାଧମୂଳକ କାର୍ଯ୍ୟକଳାପ ରୋକିବା ପାଇଁ ଏହି ବ୍ୟବସ୍ଥା କରାଯାଉଛି । ଏହି ବ୍ୟବସ୍ଥାଟି କାର୍ଯ୍ୟକାରୀ ହେଲେ କ୍ୟାମେରା ନଜରରେ ରହିବ ସ୍ମାର୍ଟସିଟି ଭୁବନେଶ୍ବର । ସହରବାସୀଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା କ୍ଷେତ୍ରରେ ପରିବର୍ତ୍ତନ ନେଇ ଏହି ବୈଠକରେ ଆଲୋଚନା କରାଯିବ ।