ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ୱାଇ: ବୈବାହିକ ଜୀବନକୁ 15 ବର୍ଷ ଅତିକ୍ରାନ୍ତ କରିସାରିବା ପରେ ଏହି ବନ୍ଧନକୁ ଛିନ୍ନ କରିବାକୁ ନିଷ୍ପତି ନେଇଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍ ଓ ତାଙ୍କ ପତ୍ନୀ କିରଣ ରାଓ । ଦୁଇ ଜଣଙ୍କ ସହମତିରେ ଏହି ଛାଡପତ୍ର ଦିଆଯାଇଛି । ବର୍ତ୍ତମାନ ଦୁଇ ଜଣଯାକ ପତିପତ୍ନୀ ବନ୍ଧନରୁ ମୁକ୍ତ ହୋଇ ଅଲଗା ହୋଇ ରହିବେ । ତେବେ ଏହି ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ଫ୍ୟାନ୍ସ ମାନଙ୍କ ଆଶ୍ଟର୍ଯ୍ୟ କରିଛି ।
ସୂଚନାଯୋଗ୍ୟ, ଅମୀର ଖାନ ଓ କିରଣ ରାଓ ‘ଲଗାଣ’ ଫିଲ୍ମର ସୁଟିଂ ସେଟରେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ । ଲଗାଣ ଫିଲ୍ମରେ କିରଣ ସହ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ଅମୀର ଖାନ ମୁଖ୍ୟ ଚରିତ୍ରରେ ନିଜର ଆସିଥିଲେ ।ଦୁଇ ଜଣଯାକ 28 ଡିସେମ୍ୱର, 2005ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । 2011ରେ ସରୋଗେସୀ ସାହାଯ୍ୟରେ ପୁତ୍ର ସନ୍ତାନ ଆଜାଦ୍ ର ପିତାମାତା ହେବାର ସୌଭାଗ୍ୟ ଲାଭ କରିଥିଲେ ।