ସନଷ୍ଟାର ଟିଭି ବ୍ୟୁରୋ

ମୁମ୍ବାଇ: ନିଜର ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟ କିଣିଥିବା ବଳିଉଡ କୁଇନ ବିଦ୍ୟା ବାଲନଙ୍କୁ ଓସ୍କାର କମିଟିର ସଦସ୍ୟ ରୂପେ ସାମିଲ କରାଯାଇଛି। ବିଦ୍ୟାଙ୍କ ସହ ଟେଲିଭିଜନ ଜଗତର ଜଣଶୁଣା ହସ୍ତି ଏକତା କପୁରଙ୍କୁ ବି କମିଟିରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ଦ୍ୱାରା କମିଟି ଚୟନ କରିଥିବା ଫିଲ୍ମ ଲାଗି ଭୋଟିଂ କରିବାର ତାଙ୍କୁ ଅଧିକାର ମିଳିବ। ସିନେମାର ସବୁଠାରୁ ବଡ ପୁରସ୍କାର ବୋଲି ବିବେଚନା କରାଯାଉଥିବା ଓସ୍କାରର ପରିଚାଳନା ସଂସ୍ଥା ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସ ଚଳିତ ବର୍ଷ 395 ଚଳଚ୍ଚିତ୍ର ଶିଳ୍ପ ବ୍ୟକ୍ତିତ୍ୱଙ୍କୁ ଅନ୍ତର୍ଭୁକ୍ତ କରିଛି, ଯେଉଁଥିରେ ଅଭିନେତା-ଅଭିନେତା, ନିର୍ମାତା, ନିର୍ଦ୍ଦେଶକ ଏବଂ ଚଳଚ୍ଚିତ୍ର ଜଗତର ବିଭିନ୍ନ ସ୍ଥାନରୁ ଆସିଛନ୍ତି।
ସୂଚନାଯୋଗ୍ୟ, ବିଦ୍ୟାଙ୍କ ପୂର୍ବରୁ ଦିବଙ୍ଗତ କଷ୍ଟ୍ୟୁମ ଡିଜାଇନର ଭାନୁ ଅଥୈୟା, ଅଭିନେତା ଆମିର ଖାନ୍, ନିର୍ଦ୍ଦେଶକ ଆଶୁତୋଷ ଗୋବାରିକର, ସଙ୍ଗୀତକାର ଏ ଆର ରେହେମାନ ଓ ସାଉଣ୍ଡ ଡିଜାଇନର ରସୁଲ ପୁକୁଟ୍ଟୀ କମିଟିର ସଦସ୍ୟ ରୂପେ ସାମିଲ ହୋଇଛନ୍ତି। 2020 ମସିହାରେ ମଧ୍ୟ ଅନେକ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ଟେକ୍ନିସିଆନଙ୍କୁ ଓସ୍କାର କମିଟିରୁ ଏହି କମିଟିରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଏହି 395 ନାମରେ ବିଦ୍ୟା ବାଲାନ୍, ଏକତା କପୁର ଏବଂ ବଲିଉଡର ଶୋଭା କପୁର ଅନ୍ତର୍ଭୁକ୍ତ ।