ସନଷ୍ଟାର ଟିଭି ବ୍ୟୁରୋ
ବର୍ଷା ଦିନେ କେଶର ଖାସ୍ ଯତ୍ନ ନେବାକୁ ପଡିଥାଏ । କାରଣ ଆର୍ଦ୍ର ଜଳବାୟୁ ସହିତ ବର୍ଷାରେ ବାହାରକୁ ଗଲେ କେଶ ଓଦା ହୋଇଥାଏ ।ଯାହାଫଳରେ କେଶ ମୂଳର ଚର୍ମ ସଂକ୍ରମଣ ହେବା ସହ ଉକୁଣୀ ହେବାର ଅଧିକ ସମ୍ଭାବନା ଥାଏ ।କେଶ ମୂଳ ସଂକ୍ରମଣ ହେଲେ କେଶ ଅଧିକ ଝଡିଥାଏ ଓ ରୁକ୍ଷ ହୋଇଯାଏ । ଯେଉଁଥିପାଇଁ କେଶର ଯତ୍ନ ନେବା ନିହାତି ଆବଶ୍ୟକ । ତେବେ ଜାଣନ୍ତୁ ଏହି କିପରି ନେବେ କେଶର ଯତ୍ନ ।
- ଏହି ଋତୁରେ ଆଲକହଲଯୁକ୍ତ ସାମ୍ପୁ, କଣ୍ଡିସନର୍ ତଥା ଅନ୍ୟାନ୍ୟ ସାମଗ୍ରୀ କେଶରେ ଲଗାନ୍ତୁନାହିଁ । ନଡ଼ିଆ ତେଲଯୁକ୍ତ ସାମ୍ପୁ ବ୍ୟବହାର କରନ୍ତୁ । ଏହା କେଶ ମୂଳର ଚର୍ମ ସଂକ୍ରମଣ ହେବାର ଆଶଙ୍କା କମାଏ ।
- ସାମ୍ପୁ ପୂର୍ବରୁ ଖୋଲା ଦାନ୍ତ ପାନିଆରେ କେଶ କୁଣ୍ଡାନ୍ତୁ । ଏପରି କଲେ ସାମ୍ପୁ ଲଗାଇବା ବେଳେ କେଶ ଜଟା ହୁଏନାହିଁ ।
- ଅଳ୍ପ ପାଣିରେ ସାମ୍ପୁ ଗୋଳାଇ କେଶରେ ଲଗାନ୍ତୁ । ହାଲୁକା ମାଲିସ ପରେ ଧୁଅନ୍ତୁ । ସପ୍ତାହରେ ଅତି କମ୍ରେ ଦୁଇରୁ ତିନି ଥର ସାମ୍ପୁକରନ୍ତୁ ।
- ସାମ୍ପୁ ପରେ ଅଳ୍ପ କଣ୍ଡିସନର୍ ଲଗାନ୍ତୁ । ଏହା ଦ୍ୱାରା କେଶ ନରମ ଓ ମଜଭୁତ ହେବା ସହ ଚମକ ବଢ଼ିଥାଏ । ଏହାକୁ କେଶର ମୂଳ ଭାଗ ବା ମୁଣ୍ଡ ତ୍ୱଚାରେ ନ ଲଗାଇ କେବଳ କେଶର ମଝିରୁ ଅଗକୁ ଲଗାନ୍ତୁ ।
- ବସାଦହି କେଶ ପାଇଁ ପ୍ରାକୃତିକ କଣ୍ଡିସନର୍ ଭାବେ କାମକରେ । କେଶରେ ଲଗାଇ ତଉଲିଆରେ ଗୁଡ଼ାଇଦିଅନ୍ତୁ । ପନ୍ଦର ମିନିଟ୍ ପରେ ଧୁଅନ୍ତୁ ।
- ରୂପି ସମସ୍ୟା ଥିଲେ କେଶରେ ଅଣ୍ଡାର ଧଳା ଅଂଶ କିମ୍ବା ଲେମ୍ବୁ ଲଗାନ୍ତୁ ।