ସନଷ୍ଟାର ଟିଭି ବ୍ୟୁରୋ
ପୁରୀ:ଆଉ ୧୦ ଦିନ ପରେ ରଥଯାତ୍ରା । ମହାମାରୀ କୋଭିଡ ସମୟରେ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆସିଛି ନୂଆ ନିୟମାବାଳୀ । ରଥଯାତ୍ରାରେ ସମୟରେ ପୁରୀରେ ଖାଲି ରହିବ ସମସ୍ତ ଲଜ. ହୋଟେଲ ଓ ଧର୍ମଶାଳା । ସମସ୍ତ ହୋଟେଲ ଓ ଧର୍ମଶାଳାରେ ପର୍ଯ୍ୟଟକଙ୍କୁ ଖାଲି କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ବିନା ଭକ୍ତରେ ଚଳିତ ବର୍ଷ ରଥଯାତ୍ରା ହେଉଥିବା ବେଳେ କେବଳ ଘରର ଛାତ ଉପରେ ରହି ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦେଖିପାରିବେ । ଏଥିପାଇଁ ବଡ଼ଦାଣ୍ଡରେ ଦୁଇ ପାଖରେ ଥିବା କୋଠା ଗୁଡିକରେ କେତେ ଜଣ ଲେଖାଁଏ ରହୁଛନ୍ତି ସେ ନେଇ ସର୍ଭେ କରାଯିବ । ବାହାର ଲୋକଙ୍କୁ ରହିବାକୁ ଅନୁମତି ଦିଆଯିବନି ।
ଆଇନଶୃଙ୍ଖଳା ନିମନ୍ତେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଲଗାଯିବ । ବଡଦାଣ୍ଡରେ ୧୪୪ ଧାରା ଜାରି କରାଯିବ । ଗୁଣ୍ଡିଚାଠାରୁ ନୀଳଦ୍ରିବିଜେ ଯାଏଁ ରଥ ନିକଟରେ ସ୍ୱତନ୍ତ୍ର ଆଲୋକୀକରଣ ହେବ । ରଥଯାତ୍ରା ପୂର୍ବର୍ରୁ ୩ ହଜାର ସେବାୟତ. ପୁଲିସ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ମନ୍ଦିର କର୍ମଚାରୀଙ୍କ କରୋନା ଟେଷ୍ଟ କରାଯିବ । ଜିଲ୍ଲାପାଳଙ୍କ ସହ ସେବାୟତ ନିଯୋଗର ବୈଠକ ପରେ ଏହି ନିଷ୍ପତି ହୋଇଛି । ମହାମାରୀ କରୋନା ପାଇଁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରା ବେଳେ ପୁରୀରେ ବାହାର ପର୍ଯ୍ୟଟକଙ୍କୁ ମନା..ସମସ୍ତ ହୋଟେଲ ଖାଲି କରିବାକୁ ନିର୍ଦ୍ଦେଶ।