ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜଧାନୀ ବାସିନ୍ଦାଙ୍କ ଉପରେ ପୁଣି ମହଙ୍ଗା ମାଡ । କରୋନା ସମୟରେ ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ ଦର ଶତକ ଛୁଇଁଛି । ଦେଶରେ କ୍ରମାଗତ ଭାବେ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଦର ଲିଟର ପିଛା 100 ଟଙ୍କା 1 ପଇସା ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପେଟ୍ରୋଲ ଦର ଶହେ ଉପରେ ରହିଛି ।
ଆଜି ମାଲକାନଗିରିରେ ପେଟ୍ରୋଲ ଦାମ ଲିଟର ପିଛା ସର୍ବାଧିକ 105 ଟଙ୍କା 2 ପଇସା ରହିଛି । ସେହିପରି ଡିଜେଲ ଦାମ ଲିଟର ପିଛା 102 ଟଙ୍କା 10 ପଇସା ରହିଛି । ସେହିପରି କୋରାପୁଟ ଓ ନବରଙ୍ଗପୁରରେ ପଟ୍ରୋଲ୍ ଲିଟର ପିଛା 104 ଟଙ୍କା ଉପରେ ରହିଥିବା ବେଳେ କଳାହାଣ୍ଡିରେ ପେଟ୍ରୋଲ ଦର 103 ଟଙ୍କା ଉପରେ ରହିଛି ।ବରଗଡ, ବୌଦ୍ଧ, ବଲାଙ୍ଗିରୀ, ଅନୁଗୁଳ, ଗଞ୍ଜାମ, କନ୍ଧମାଳ, କେଉଁଝର, ସୋନପୁରରେ 101 ଟଙ୍କା ଉପରେ ରହିଛି ପେଟ୍ରୋଲ ମୂଲ୍ୟ । ତେବେ ବର୍ତ୍ତମାନ ସମୟରେ ପେଟ୍ରୋଲରେ ପ୍ରାୟ 24.58 ପ୍ରତିଶତ ଭାଟ୍ ରାଜ୍ୟ ସରକାର ନେଉଛନ୍ତି ।