ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା ଙ୍କୁ ଶୁକ୍ରବାର ଦିନ ତିହାର ଜେଲରୁ ମୁକ୍ତ କରାଯାଇଛି। ଯେଉଁଠାରେ ସେ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଦଶ ବର୍ଷର କାରାଦଣ୍ଡ ଭୋଗୁଥିଲେ। ଜେବିଟି (ଜୁନିଅର ବେସିକ୍ ଟ୍ରେନିଂ) ନିଯୁକ୍ତି ସ୍କାମରେ ଦଣ୍ଡ ଭୋଗୁଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ରାଷ୍ଚ୍ରୀୟ ଲୋକ ଦଳର ପ୍ରମୁଖ ନେତା ଓମ୍ ପ୍ରକାଶ ଚୌଟାଲା ଶୁକ୍ରବାର ଦିନ ଦିଲ୍ଲୀ ତିହାର ଜେଲରୁ ମୁକୁଳିଛନ୍ତି। ଦଣ୍ଡର ଅବଧି ଶେଷ ହେବା ପରେ ଓମ ପ୍ରକାଶ ଚୌଟାଲା ଜେଲରୁ ବାହାରକୁ ଆସିଥିବାର ଜେଲ ଅଧିକାରୀ କହିଛନ୍ତି।