ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ୭୦ ପ୍ରତିଶତ ସିଲାବସ୍ ରେ ହେବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ସ୍କୁଲ ପାଠପଢ଼ା ବେଳେ ୩୦ ପ୍ରତିଶତ ସିଲାବସ୍ ହ୍ରାସ ହୋଇଥିବାରୁ ୭୦ ପ୍ରତିଶତ ସିଲାବସରେ ପରୀକ୍ଷା ହେବ। ମାଟ୍ରିକ ମୂଲ୍ୟାୟନକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଜୁଲାଇ ୩୦ରୁ ଅଫଲାଇନ ପରୀକ୍ଷା ଦେଇପାରିବେ। ଏନେଇ ଆସନ୍ତା ୫ ତାରିଖରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଚାଲିବ। ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ହେବ ପରୀକ୍ଷା ।
ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପରୀକ୍ଷା ଫଳକୁ ନେଇ ଯେଉଁମାନଙ୍କୁ ଆଶଙ୍କା ରହିଛି ସେମାନେ ଫର୍ମ ପୂରଣ କରନ୍ତୁ। ଚଳିତ ବର୍ଷ ମାଟ୍ରିକ ରେଜଲ୍ଟରେ ରେକର୍ଡ ସଂଖ୍ୟକ ପାସ ହାର ହୋଇଛି।