ସନଷ୍ଟାର ଟିଭି ବ୍ୟୁରୋ

ଶ୍ରୀନଗର: ପୁଣି ସୀମାରେ ଗୁଳି ବିନିମୟ। ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ଶୁକ୍ରବାର ଦିନ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲା ହାନଜିନ ରାଜପୁରା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବନିମୟ ଚାଲିଥିଲା।
ସୂଚନା ଅନୁସାରେ ହାନଜିନ ରାଜପୁରା ଅଞ୍ଚଳରେ ୫ ଜଣ ଆତଙ୍କୀବାଦ ଲୁଚି ରହିଥିବା ଖବର ପାଇଥିଲା ପୋଲିସ। ଏହା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାବାହିନୀ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ଲୁଚି ରହିଥିବା ଆତଙ୍କୀ ଦଳ ଗୁଳି ଚଳାଇ ଆରମ୍ଭ କରିଥିଲେ। ଏହାପରେ କାଶ୍ମୀର ପୁଲିସ ମଧ୍ୟ ଗୁଳି ଚଳାଇଥିଲା। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଜି ଜଣେ ଭାରତୀୟ ସେନା ଯବାନଙ୍କ ମୃତ୍ୟୁ ଘଟିଛି।