ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କରୋନା ଭ୍ୟାକସିନକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ନିଜ ନିଜ ପ୍ରଶ୍ନ ଉତ୍ତର ବାଣରେ ରାଜନେତାମାନେ ପରସ୍ପରକୁ ଆଘାତ ଦେବାରେ ଲାଗିଛନ୍ତି । ଦେଶରେ କୋଭିଡ୍ 19 ଟିକାର ଅଭାବକୁ ନେଇ ‘ଜୁଲାଇ ଆସିଗଲା, ଭ୍ୟାକସିନ କୁଆଡେ ଗଲା’ ବୋଲି ପ୍ରଶ୍ନ କରି ଶାସକ ଦଳକୁ ସମାଲୋଚନା କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ଏହାର ଉତ୍ତର ରଖିବାକୁ ଯାଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡଃ, ହର୍ଷ ବର୍ଦ୍ଧନ କହିଥିଲେ ଯେ, ‘ଗତକାଲି ମୁଁ ଜୁଲାଇ ମାସ ପାଇଁ କରୋନା ଭ୍ୟାକସିନର ଉପଲବ୍ଧତା ଉପରେ ତଥ୍ୟ ରଖିଥିଲି । ରାହୁଲ ଗାନ୍ଧୀଙ୍କ ଅସୁବିଧା କଣ ରହିଛି ! ସେ କଣ ପଢିପାରୁନାହାନ୍ତି ? ସେ ଆଉ ମଧ୍ୟ କହିଛନ୍ତି ଯେ, ‘ଅହଙ୍କାର ଓ ଅଜ୍ଞତା ରୂପକ ଭାଇରସ୍ ପାଇଁ କୌଣସି ଭ୍ୟାକସିନ ନାହିଁ ।‘
ତେବେ ରେଳମନ୍ତ୍ରୀ ପିୟୁଷ୍ ଗୋୟାଲ ମଧ୍ୟ ରାହୁଲ ଗାନ୍ଧୀଙ୍କୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ‘ଜୁଲାଇ ମାସ ମଧ୍ୟରେ ହିଁ ଦେଶରେ 12 କୋଟି କୋଭିଡ୍ ଭ୍ୟାକସିନ ଡୋଜ୍ ଉପଲବ୍ଧ ହେବ । ସବୁ ରାଜ୍ୟକୁ 15 ଦିନ ପୂର୍ବରୁ ହିଁ ଏନେଇ ସୂଚନା ଦିଆସରିଛି । ତେବେ ସେ ଆଉ ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀ ବିରୋଧରେ ଲଢେଇକୁ ଗମ୍ଭୀର ରୂପରେ ନେବା ଉଚିତ୍, ଏହି ସମୟରେ ଶସ୍ତା ରାଜନୀତି କରିବା ଉଚିତ୍ ନୁହେଁ ‘।
Just yesterday, I put out facts on vaccine availability for the month of July.
What is @RahulGandhi Ji’s problem ?Does he not read ?
Does he not understand ?There is no vaccine for the virus of arrogance and ignorance !!@INCIndia must think of a leadership overhaul ! https://t.co/jFX60jM15w
— Dr Harsh Vardhan (@drharshvardhan) July 2, 2021
वैक्सीन की 12 करोड़ डोज़ जुलाई महीने में उपलब्ध होंगी, जो प्राइवेट हॉस्पिटल्स की आपूर्ति से अलग है। राज्यों को 15 दिन पहले ही आपूर्ति के बारे में सूचना दी जा चुकी है।
राहुल गांधी को समझना चाहिये कि कोरोना से लड़ाई में गंभीरता के बजाय इस समय ओछी राजनीति का प्रदर्शन उचित नही है। https://t.co/xmDqtrLcLI
— Piyush Goyal (@PiyushGoyal) July 2, 2021