ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: କରୋନା କବଳରୁ ରକ୍ଷା ପାଇବାକୁ ଏକମାତ୍ର ଅସ୍ତ୍ର ଭ୍ୟାକସିନ ହୋଇଥିଲା ବେଳେ ଏହାକୁ ନେଇ ମଧ୍ୟ ସାଂଘାତିକ ଘୋଟାଲା ସାମ୍ନାକୁ ଆସିଛି ।ଟିକାକରଣ ନାମରେ ଲୋକମାନଙ୍କ ବଡ ଧୋକା ଦିଆଯାଇଛି । ଏଭଳି ଏକ ଘଟଣା ଘଟିଛି ମୁମ୍ବାଇ ସହରରେ ।ମୁମ୍ବାଇର ଅନେକ ସ୍ଥାନରେ ନକଲି ଟିକାକରଣ କ୍ୟାମ୍ପ୍ ଖୋଲାଯାଇ ଲୋକମାନଙ୍କୁ ନକଲି ଟିକା ଦିଆଯାଉଛି । ଘଟଣାର ତଦନ୍ତ ହେବା ପରେ ଜଣାପଡିଛି ଯେ, ମୁମ୍ବାଇର 2 ହଜାର ଅଧିକ ଲୋକ ଭ୍ୟାକସିନ ବଦଳରେ ସାଲାଇନ୍ ପାଣି ନେଇଛନ୍ତି । ତେବେ ଏମାନଙ୍କୁ କୋଭିସିଲ୍ଡ ଟିକା ଦିଆଯିବ ବୋଲି ସରକାର ନିଷ୍ପତି ନେଇଛନ୍ତି ।
ତେବେ ମୁମ୍ବାଇ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି । ଏହି ଘଟଣାରେ ସଂପୃକ୍ତ 10 ଜଣରୁ ଅଧିକ ଅପରାଧିଙ୍କୁ ପୋଲିସ୍ ଗିରଫ କରିସାରିଛି । ଲୋକମାନଙ୍କ ଜୀବନକୁ ବିଦରେ ପକାଇବା ପାଇଁ ଧାରା 308ରେ ମାମଲା ରୁଜ୍ଜୁ କରାଯାଇଛି ତେବେ ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାଯୀ ଏଯାଏଁ ଟିକା ନାଁରେ ଲୋକମାନଙ୍କ ଠାରୁ ନିଆଯାଇଥିବା 12.40 ଲକ୍ଷ ଟଙ୍କା ଓ ଏକ କାର୍ ପୋଲିସ ଜବତ କରିଛି ।