ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି ତୈଳ ଦର । ରାଜ୍ୟର 25ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପେଟ୍ରୋଲ ଦର 100 ଟପି ସାରିଲାଣି । ତେବେ ତୈଳ ଦର, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଓ ଚାଷୀ ବିରୋଧୀ ନୀତିର ପ୍ରତିବାଦରେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ । ଚଳିତ ମାସ ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ ଜାରି ରଖିବ ।ତେବେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେ ଆଉ ମଧ୍ୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ସୀମା ଟପିଛି । ତେଣୁ ରାଜ୍ୟ କଂଗ୍ରେସ ଏହାକୁ ସାରା ରାଜ୍ୟରେ ତୀବ୍ର ବିରୋଧ କରିବ ।