ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଖୁବ୍ ଶୀଘ୍ର ଭୁବନେଶ୍ୱର ହେବ ଭିକାରୀମୁକ୍ତ । ଏହି ଲକ୍ଷ୍ୟକୁ କାର୍ଯ୍ୟକାରୀ କରିବାକୁ ସହର ବିଏମସି ପକ୍ଷରୁ ଏକ ବିରାଟ ଅଭିଯାନ ଆରମ୍ଭ କରାଯାଇଛି । ତେବେ ଏଥିରେ ବିଏମସିକୁ ସହଯୋଗର ହାତ ବଢାଇଛନ୍ତି କମିଶନରେଟ ପୋଲିସ ଓ ୩ଟି ସ୍ୱେଚ୍ଛାସେବୀ ସଂଗଠନ ।
ରାଜଧାନୀର ସବୁ ଗଳିକନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ଜନପଥ, ୟୁନିଟ ୧, ୟୁନିଟ ୨ ମାର୍କେଟ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଶନିମନ୍ଦିର, ଲିଙ୍ଗରାଜ ମନ୍ଦିର, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳରେ ଅଭିଯାନ ଚାଲିଛି। ପୂର୍ବରୁ ମଧ୍ୟ ଏପରି ଚଢ଼ାଉ କରି ୨ ଶହରୁ ଅଧିକ ଭିକାରୀଙ୍କୁ ଉଦ୍ଧାର କରିଥିଲା ବିଏମ୍ସି । ଆଜିଠାରୁ ପୁଣି ଥରେ ଏହି କାର୍ଯ୍ୟକ୍ରମକୁ ବିଏମ୍ସି ଜୋରଦାର କରିଛି । ରାଜ୍ୟ ବାହାରୁ ଆସି ରାଜଧାନୀର ବିଭିନ୍ନ ଟ୍ରାଫିକର ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଘଉଡ଼ାଇବାକୁ ନିଷ୍ପତ୍ତି ହୋଇଛି ।