ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ: ଷ୍ଟାର୍ ପ୍ଲସରେ ପ୍ରସାରିତ ଧାରାବାହିକ ‘ପ୍ରତିଜ୍ଞା’ ଘରେ ଘରେ ବେଶ୍ ପରିଚିତ ଥିଲା । ସେହି ସମୟରେ ଅନେକ ଦର୍ଶକ ଏହି ଧାରାବାହିକକୁ ପସନ୍ଦ କରୁଥିଲେ । ତେବେ ଧାରାବାହିକରେ ଭାଉଜ ଚରିତ୍ରରେ ନଜର ଆସିଥିବା ଆଲେୟିକା ଏହି ସୁଟିଂ ପରେ ପ୍ରାୟ ତିନି ବର୍ଷ ହେବ ଗ୍ଲାମର ଦୁନିଆରୁ ଦୂରେଇ ଯାଇଥିଲେ । ତେବେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେବା ସମୟରେ ସେ ଏହି ଦୁନିଆକୁ ବାୟ ବାୟ କହିଥିବାର ସିକ୍ରେଟକୁ ପ୍ରକାଶ କରିଥିଲେ ।
ଜାତୀୟ ଗଣମାଧ୍ୟମକୁ ସେ କହିଥିଲେ, ‘ପ୍ରତିଜ୍ଞା ଧାରାବାହିକ ପରେ ମୁଁ ଏକତା କପୁରଙ୍କ ଶୋ’ ‘ପରଦେଶ୍ ମେ ହେ ମେରା ଦିଲ’ ସିରିୟଲରେ କାମ କରୁଥିଲି । ସେହି ସମୟରେ ସୁଟିଂ ସେଟରେ ମତେ ଏପରି ବ୍ୟବହାର ମିଳିଲା ଯେ ମୁଁ ତାକୁ ଦେଖି ଏହି ଇଣ୍ଡଷ୍ଟ୍ରିକୁ ଛାଡିବାକୁ ନିଷ୍ପତି ନେଲି । ସେହି ସେଟରେ କେବଳ ଲିଡସ୍ ରୋଲ କରୁଥିବା ବ୍ୟକ୍ତିଙ୍କୁ ବଡ ଭ୍ୟାନିଟି ଦିଆଯାଏ । ଅନ୍ୟ ସବୁ ଆଟିଷ୍ଟଙ୍କୁ ଗୋଟିଏ ଛୋଟ ରୁମ୍ ଦିଆଯାଉଥିଲା ।‘
ସେ ଆଉ ମଧ୍ୟ କହିଛନ୍ତି ଯେ, ପାରିଶ୍ରମିକ ମଧ୍ୟ ଠିକ୍ ସମୟରେ ଦିଆଯାଉଥିଲା, ତିନି ମାସ ପରେ କାମର ପଇସା ମିଳୁଥିଲା । ଅନ୍ୟ ଆଟିଷ୍ଟ ମାନେ କାମ କରୁଥିଲେ ମଧ୍ୟ ସେମାନଙ୍କ ସହ ଭେଦଭାବ କରାଯାଉଥିଲା । ଏହି ଶୋ ପରେ ସେ ଏହି ସିରିୟଲ ଜଗତକୁ ଛାଡିବା ପାଇଁ ନିଷ୍ପତି ନେଇଥିଲେ । ତେବେ ଏହାର ତିନି ବର୍ଷ ପରେ ତାଙ୍କୁ ପ୍ରତିଜ୍ଞା -2 ପାଇଁ ଅଫର ଆସିଲା ଓ ସେ ଏହାକୁ ମନା କରିପାରି ନଥିଲେ ।