ସନଷ୍ଟାର ଟିଭି ବ୍ୟୁରୋ

ସଇଁତଳା: ସଇଁତଳା ଥାନା ଟିକ୍ରାପଡା ଫାଣ୍ଡି ଗୁଦ୍ରାମୁଣ୍ଡା ଗ୍ରାମରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଡ୍ରାଇଭର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଗୁଦ୍ରାମୁଣ୍ଡା ଗ୍ରାମର ସୁଧୀର ମିର୍ଦ୍ଧା।
ସୂଚନାଯୋଗ୍ୟ , ଗତ କାଲି ଗୁଦ୍ରାମୁଣ୍ଡା ଗ୍ରାମର ଚାଷ ଜମିରେ ଟ୍ରାକ୍ଟର ଯୋଗେ ଧାନ ବୁଣୁ ଥିବା ସମୟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟଇ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଏନେଇ ପରିବାର ପକ୍ଷରୁ ଟିକ୍ରାପଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ଖବରପାଇ ପୋଲିସ ଟ୍ରାକ୍ଟରକୁ ଜବତ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି । ତେବେ ପରିବାର ବର୍ଗ କ୍ଷତି ପୂରଣ ଦାବି କରିଛନ୍ତି।