ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆର 6 ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଡିଜିଟାଲ ଇଣ୍ଡିଆ ଅଧିନରେ ଥିବା ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଛାତ୍ରଛାତ୍ରୀଙ୍କ ଠାରୁ ନେଇ କୃଷକ ଯାଏଁ ସମସ୍ତଙ୍କ ସହ ମୋଦୀ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଡିଜିଟାଲ୍ ଇଣ୍ଡିଆ ଭାରତର ସଂକଳ୍ପ ଅଟେ । ଆତ୍ମନିର୍ଭର ଭାରତର ସାଧନା ଅଟେ । ଡିଜିଟାଲ୍ ଇଣ୍ଡିଆ ମାଧ୍ୟମରେ ଡ୍ରାଇଭିଙ୍ଗ ଲାଇସେନ୍ସ, ଜନ୍ମ ପଞ୍ଜୀକରଣ, ବିଜୁଳି, ପାଣି ବିଲ୍ ଭରିବା, ଇନକମ୍ ଟ୍ୟାକ୍ସ ଦେବା ଭଳି ଅନେକ କାମ କମ୍ ସମୟରେ ଓ ଅତି ସହଜରେ ହୋଇପାରୁଛି । ଏହା ଦ୍ବାରା ସମୟ, ପଇସା ଓ ଶ୍ରମ ବଞ୍ଚିପାରୁଛି ।
କରୋନା ମହାମାରି ସମୟରେ ଯେଉଁ ଡିଜିଟାଲ୍ ସଲ୍ୟୁସନ ଭାରତ ତିଆରି କରିଛି ତାହା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁନିଆର ସବୁଠୁ ବଡ କଣ୍ଟାକ୍ଟ ଟ୍ରାକିଂ ଆପ୍ ହେଉଛି ଆରୋଗ୍ୟ ସେତୁ, ଯାହା ଦ୍ବାରା କରୋନା ସଂକ୍ରମଣ ରୋକିବାରେ ଫଳପ୍ରଦ ସାବ୍ୟସ୍ତ ହୋଇଛି ।ଟିକାକରଣ ପାଇଁ ମଧ୍ୟ କୋଓ୍ବିନ ଆପ୍ ମଧ୍ୟ ବେଶ୍ ଫଳପ୍ରଦ ।
ଏହି ଯୋଜନା ଦ୍ବାରା ପିଏମ୍ କିସାନ ସମ୍ମାନ ନିଧି ଯୋଜନାରେ 10 କୋଟିରୁ ଅଧିକ କୃଷକ ପରିବାରର ବ୍ୟାଙ୍କ ଖାତାକୁ ସିଧାସଳଖ 1 ଲକ୍ଷ 35 କୋଟି ଟଙ୍କା ଯାଇଛି ।ଯାହା ଦ୍ବାରା କୃଷକମାନେ ଉପକୃତ ହୋଇଛନ୍ତି ।
1ଜୁଲାଇ, 2015ରେ ଏହି ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିଲା ।