ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏଥିପାଇଁ ବିଦେଶରେ ରହୁଥିବା ଓଡ଼ିଆ ଲୋକମାନେ ଓଡ଼ିଶାବାସୀଙ୍କୁ ସାହାଯ୍ୟ କରିବା ଚେଷ୍ଟା ଏବଂ ଉଦ୍ୟମ ଚଳାଇ ଚାଲିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଗଲ୍ଫ ଆସୋସିଏସନ୍ ଓମାନ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କୋଭିଡ଼-୧୯ ମୁକାବିଲା ନିମନ୍ତେ ୩ଲକ୍ଷ ୮୨ହଜାର ଟଙ୍କାର ଏକ ଡ୍ରାଫ୍ଟ ପ୍ରଦାନ କରାଯାଇଛି। ଏହି ଡ୍ରାଫ୍ଟ ରାଜ୍ୟ ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନର ସମ୍ପାଦକ ସମ୍ପଦ କୁମାର ବଳ, ହିମାଂଶୁ ବଳ ଓ ସଞ୍ଜିତ ସ୍ୱାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ। କରୋନା ପରିସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ଓଡ଼ିଆ ଗଲ୍ଫ ଆସୋସିଏସନ ଓମାନକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଶ୍ରୀ ସମ୍ପଦ କୁମାର ବଳଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।