ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : ଜୁଲାଇ ମାସ ପହିଲା ଅର୍ଥାତ ଆଜି ଠାରୁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଟ୨୫.୫୦ ବୃଦ୍ଧି ପାଇଛି। ଆଜି ଠାରୁ ଏହି ନୂତନ ଦର ଲାଗୁ କରାଯାଇଛି। ଏବେ ଗ୍ରାହକ ମାନଙ୍କ ପକେଟରୁ ଆଉ ୨୫ଟଙ୍କା ଅଧିକ ଖର୍ଚ୍ଚ ହେବ। ପୂର୍ବରୁ ଦିଲ୍ଲୀ ଏବଂ ମୁମ୍ବାଇରେ ୧୪.୨କି.ଗ୍ରା ଓଜନ ବିଶିଷ୍ଟ ସିଲିଣ୍ଡର ଦାମ ଟ ୮୦୯ଥିଲା। ଏବେ ନୂତନ ମୂଲ୍ୟାନୁସାରେ ସିଲିଣ୍ଡର ଦାମ ଟ୮୩୪.୫୦କୁ ବୃଦ୍ଧି ପାଇଛି। ପ୍ରାପ୍ତ ସୂଚନା ଅନୂସାରେ ଗତ ଛଅ ମାସ ଭିତରେ (ଏଲ୍ ପି ଜି ) ସିଲିଣ୍ଡରର ଦାମରେ ଟ୧୪୦ ଟଙ୍କା ବୃଦ୍ଧି ପାଇଲାଣି। ଏହି ଦର ଉଭ୍ୟ ରିହାତି ଏବଂ ଅଣରିହାତି ଉପଭୋକ୍ତା ପାଇଁ ପ୍ରଯୁଜ୍ୟ।