ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ଆଖିଆଗରେ ରଖି 20 ଜିଲ୍ଲାରେ କୋଭିଡ୍ 19 କଟକଣାକୁ କୋହଳ କରାଯାଇଛି । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।ସେ କହିଛନ୍ତି B କାଟାଗୋରୀରେ ରଖାଯାଇଥିବା ଜିଲ୍ଲା ଗୁଡ଼ିକରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବା ବେଳେ ସେଠି କ୍ରମାଗତ ଭାବେ ଲକଡାଉନକୁ ବୃଦ୍ଧି କରାଯାଇଛି । ତଥାପି ଭଲ ଖବର ହେଉଛି ପୂର୍ବ ବି କାଟାଗୋରୀରେ ଥିବା ଜିଲ୍ଲା ମଧ୍ୟରୁ କିଛି ଜିଲ୍ଲା ଏ କାଟାଗୋରୀକୁ ଯାଇଛି । ଜୀବନ ଜୀବିକାକୁ ଗୁରୁତ୍ୱ ଦେଇ ସରକାର କଟକଣା କୋହଳ କରିଛନ୍ତି । ସମସ୍ତେ କଟକଣା ମାନିଲେ ସଂକ୍ରମଣ କମିବ ।
ତେବେ ଗର୍ଭବତୀଙ୍କୁ ଟିକାକରଣ ନେଇ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗର୍ଭବତୀମାନଙ୍କୁ ଟିକା କରଣ ପାଇଁ ନିର୍ଦେଶ ଆସିଛି ତାହା ଆରମ୍ଭ କରାଯିବ ।
ତେବେ ରାଜ୍ୟରେ ଟିକାର ଅଭାବକୁ ନେଇ ମଧ୍ୟ ମତ ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି ଟିକାର ଅଭାବ ପରିଲକ୍ଷିତ ହୋଇଥିବାରୁ ଲକ୍ଷ୍ୟ ଅନୁଯାୟୀ ଟିକାକରଣ ହୋଇପାରୁନାହିଁ । ଗତକାଲି ମାତ୍ର 49 ହଜାର ଲୋକଙ୍କୁ ଟିକା ଦିଆଯାଇଥିଲା । କୋଭିସିଲ୍ଡ ଟିକା 19 ହଜାର ରହିଛି କୋଭାକ୍ସିନ ଟିକା ୩ଲକ୍ଷ ଉପରେ ରହିଛି । ତେଣୁ ଆଜି 114 ଟି ସ୍ଥାନରେ ଟିକା ଦିଆଯାଉଛି ।