ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ଉପର ତଳ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୭୫ କ୍ଵାରେଣ୍ଟିନ୍ ସେଣ୍ଟରରୁ ବାହାରି ଥିବା ବେଳେ ୧୩୧୨ ସ୍ଥାନୀୟ ସଂକ୍ରମିତ ଅଟନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ତେବେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଜଣ, କଟକରୁ ୪୬୨ ଜଣ, ବାଲେଶ୍ବରରୁ ୨୪୬ ଜଣ,ଯାଜପୁରରୁ ୨୦୫ ଜଣ, ପୁରୀରୁ ୧୮୯ ଜଣ, ମୟୂରଭଞ୍ଜରୁ ୧୫୪ ଜଣ, ନୟାଗଡ଼ରୁ ୧୧୦ ଜଣ,ଢ଼େଙ୍କାନାଳରୁ ୯୫ ଜଣ,ମାଲକାନଗିରିରୁ ୮୪ ଜଣ, ଅନୁଗୁଳରୁ ୭୮ ଜଣ,କୋରାପୁଟରୁ ୭୭ ଜଣ, କେନ୍ଦୁଝରରୁ ୭୨ ଜଣ, କେନ୍ଦ୍ରାପଡ଼ାରୁ ୭୦ ଜଣ, ଜଗତସିଂହପୁରରୁ ୬୦ ଜଣ,ସୁନ୍ଦରଗଡ଼ରୁ ୫୯ ଜଣ, ବରଗଡ଼ରୁ ୩୬ ଜଣ, ବୌଦ୍ଧ ଓ ନବରଙ୍ଗପୁର ଜିଳ୍ଳାରୁ ୩୫ ଜଣ ଲେଖାଏଁ, ସମ୍ବଳପୁରରୁ ୩୧ ଜଣ, ସୋନପୁରରୁ ୨୪ ଜଣ, ଗଞ୍ଜାମରୁ ୨୨ ଜଣ,ରାୟଗଡ଼ା ଓ ବଲାଙ୍ଗୀର ଜିଲ୍ଲାରୁ ୨୧ ଜଣ ଲେଖାଏଁ,କଳାହାଣ୍ଡିରୁ ୧୭ ଜଣ, ଗଜପତିରୁ ୧୬ ଜଣ, ନୂଆପଡ଼ାରୁ ୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, ଦେବଗଡ଼ରୁ ୩ ଜଣ,ଏବଂ ଷ୍ଟେଟ୍ ପୋଲ୍ରୁ ୯୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।