ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ରାଜ୍ୟର 20 ଟି ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା 5 ପ୍ରତିଶତ ତଳେ ରହିଛି । ଯେଉଁଥିପାଇଁ ଏହି ଜିଲ୍ଲା ଗୁଡିକରେ ଅନଲକ୍ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି ।ଗତ କାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଜୁଲାଇ ଗାଇଡଲାଇନ୍ ବିଷୟରେ ଘୋଷଣା କରିଥିଲେ । ଜୁଲାଇ ଗାଇଡ଼ଲାଇନ୍ରେ ‘କାଟେଗୋରୀ A’ରେ ଥିବା ୨୦ଟି ଜିଲ୍ଲା ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ କଟକଣା କୋହଳ କରାଯାଇଛି । ଏହି ଜିଲ୍ଲା ଗୁଡିକରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଗମନାଗମନ ପାଇଁ ଅନୁମତି ମିଳିଛି ।
ତେବେ ଏନେଇ ଅନୁମତି ଆସିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ବସ ଚଳାଚଳ ପାଇଁ ନୂଆ ଗାଇଡଲାଇନ ଆସିବ । ପରିବହନ ବିଭାଗ ତରଫରୁ ଆରଟିଓ ଏବଂ ବସ ସଂଘ ଗୁଡିକୁ ଗାଇଡ଼ଲାଇନ ଜଣାଇ ଦିଆଯିବ । ବସରେ ସିଟିଂ କାପାସିଟିରେ ଲୋକ ବସିବେ, ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ରହିବ ଏବଂ ବସକୁ ସବୁଦିନ ସାନିଟାଇଜ କରାଯିବ । କାଟାଗୋରୀ ବି ଜିଲ୍ଲାରେ ବସ ଚଳାଚଳ କରିବ ନାହିଁ ବୋଲି ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି ।