ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କରୋନା ଭ୍ୟାକସିନ କୋଭିସିଲ୍ଡକୁ ନେଇ ଘନେଇ ଥିବା ବିବାଦର ଅନ୍ତ ଘଟିଛି । ପୂର୍ବରୁ କୋଭିସିଲ୍ଡକୁ ଆନ୍ତର୍ଜାତୀୟ ସ୍ତରରେ ଅନୁମତି ମିଳିନଥିଲା, ଯେଉଁଥିପାଇଁ କୋଭିସିଲ୍ଡ ଭ୍ୟାକସିନ ନେଇଥିବା ବ୍ୟକ୍ତି ୟୁରୋପୀୟ ଦେଶକୁ ଯିବାକୁ ଅନୁମତି ମିଳିନଥିଲା । ତେବେ ଏହାର ଅନ୍ତ ଘଟିଛି । 9 ୟୁରୋପୀୟ ଦେଶ ଗ୍ରୀସ୍, ସ୍ଲୋଭେନିଆ, ଅଷ୍ଟ୍ରିଆ, ଏଷ୍ଟ୍ରୋନିଆ, ଜର୍ମାନୀ, ଆଇସଲ୍ୟାଣ୍ଡ୍, ଆୟର୍ଲ୍ୟାଣ୍ଡ, ସ୍ପେନ, ସୁଇଜରଲ୍ୟାଣ୍ଡ କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ଦେଇଛନ୍ତି । ତେବେ ପ୍ରଥମ ଦେଶ ଭାବରେ ଏଷ୍ଟ୍ରୋନିଆ କୋଭିସିଲ୍ଡ ନେଇଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଯିବା ପାଇଁ ଅନୁମତି ପ୍ରଦାନ କରିଥିଲା ।
କୋଭିସିଲ୍ଡ ଟିକା ନେଇଥିବା ଲୋକଙ୍କୁ ୟୁରୋପୀୟ ଦେଶମାନଙ୍କର ପ୍ରବେଶ ନିଷେଧ କଟକଣା ଉପରେ ସୋମବାର ଦିନ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଲଗାଯାଇଥିବା କଟକଣାକୁ ନେଇ ଟ୍ୱିଟ୍ କରିଥିଲେ ଓ ଲୋକମାନଙ୍କ ଆଶ୍ବସନା ଦେଇଥିଲେ ଯେ, ଏହି ଅସୁବିଧାର ଶୀଘ୍ର ସମାଧାନ କରାଯିବ ।ତେବେ ଭାରତ ପକ୍ଷରୁ ୟୁରୋପୀୟ ଦେଶମାନଙ୍କୁ କୋ-ୱିନ୍ ଆପ୍ ଦ୍ୱାରା ପ୍ରାପ୍ତ ଭ୍ୟାକ୍ସିନ ସାର୍ଟିଫିକେଟକୁ ମଞ୍ଜୁରୀ ଦେବାକୁ ଅନୁରୋଧ କରିଥିଲା । ଭାରତୀୟ ଅଧିକାରୀ କହିଥିଲେ କି ସାର୍ଟିଫିକେଟକୁ କୋ-ୱିନ୍ ପୋର୍ଟାଲ ଜରିଆରେ ଅସଲି କି ନକଲି ପ୍ରମାଣ କରାଯାଇ ପାରିବ ।
ବର୍ତମାନ ପର୍ଯ୍ୟନ୍ତ ୟୁରୋପୀୟ ମେଡିସିନ୍ସ ଏଜେନ୍ସି କେବଳ ୪ ଟି କୋଭିଡ-୧୯ ଟିକାକୁ ଅନୁମତି ଦେଇଛି । ଯାହା ମଧ୍ୟରେ ଫାଇଜର, ମଡର୍ଣ୍ଣା, ଏଷ୍ଟ୍ରାଜେନିକା ଓ ଜନସନ ଆଣ୍ଡ ଜନସନ ସାମିଲ ରହିଛି । କେବଳ ଏହି ୪ ଟି କମ୍ପାନୀର ଟିକା ନେଇଥିବା ଲୋକଙ୍କୁ ସଂଘ ତରଫରୁ ଭ୍ୟାକ୍ସିନ ପାସପୋର୍ଟ ଦେବାକୁ ନିଷ୍ପତ୍ତି ନେଇଥିଲା ୟୁରୋପ ।