ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ଟିକାର ଘୋର ଅଭାବ ଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଛି ୧ ଲକ୍ଷ କରୋନା ଭ୍ୟାକସିନ୍ କୋଭିସିଲ୍ଡ । ଆସନ୍ତା କାଲି ଓଡିଶା ଆସିପାରେ ଆହୁରି ୧୦ ଲକ୍ଷ ଟିକା । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ଟିକାର ଅଭାବ ଯୋଗୁଁ ଟିକାକରଣ ବେଶ୍ ବାଧାପ୍ରାପ୍ତ ହୋଇଛି । ଗତକାଲି ରାଜ୍ୟର ୧୧ଟି ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ଟିକା ଅଭାବ ଯୋଗୁଁ ବନ୍ଦ ଥିବା ବେଳେ ଆଜି ୧୬ଟି ଜିଲ୍ଲାରେ ଟୀକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଛି । ଅନେକ ଲୋକ ଏବେ ଟିକା ନପାଇ ନିରାଶ ହୋଇ ଫେରୁଛନ୍ତି । ବାଲେଶ୍ବର, ବରଗଡ଼, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରେ ଟୀକାକରଣ ବନ୍ଦ ରହିଛି ।ତେବେ ଟିକା ଆସିବା ପରେ ପୁଣି ସବୁ ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ।