ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କୋଭିଡ୍ ମହାମାରୀ ସମୟରେ “ଶ୍ରୀଜଗନ୍ନାଥ ଓ ରଥଯାତ୍ରା” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର ଅନୁଷ୍ଠିତ ହୋଇଛି । ଓଡିଶା ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭର୍ଚୁଆଲ୍ ମାଧ୍ୟମରେ ଏହି ଶିବିରକୁ ଉଦଘାଟନ କରିଛନ୍ତି ।
ତେବେ ଏହି ଉଦଘାଟନୀ ସମାରୋହରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ଓଡିଶା ସାହିତ୍ୟ କଳା ଏକାଡେମୀର ସଭାପତି ଡଃ. ସୁଦର୍ଶନ ପଟ୍ଟନାୟକ, ଓଡିଶା ଲଳିତ କଳା ଏକାଡେମୀର ଅତିରିକ୍ତ ଶାସନ ସଚିବ ଶ୍ରୀମତି ମନସ୍ବିନୀ ସାହୁ ପ୍ରମୁଖ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଶିବିର ଆଜି ଆରମ୍ଭ ହୋଇଥିଲା ବେଳେ ଏହା ଜୁଲାଇ ୪ ପର୍ଯ୍ୟନ୍ତ ଚାଲିବ ।