ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡିଶାର ଦୌଡରାଣୀ ଦୂତି ଚାନ୍ଦ । 100ମି. ଓ 200 ମି ଦୌଡ ପାଇଁ ତାଙ୍କୁ ମିଳିଛି ଟୋକିଓ ଅଲମ୍ପିକ୍ ଟିକେଟ୍ । ଓ୍ବାର୍ଲ୍ଡ ରାକିଙ୍ଗ୍ ଆଧାରରେ ସେ ଏହି ଟିକେଟ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ତେବେ ଏହି ସୂଚନା ମିଳିବା ପରେ ଦୂତି ଚାନ୍ଦଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତେବେ ଦୌଡ ପ୍ରତିଯ଼ୋଗିତାରେ ସେ ଅନେକ ନୂତନ ରେକର୍ଡର ଅଧିକାରୀ ଅଟନ୍ତି । ଜାତୀୟ ସ୍ତରରେ ଦୌଡ ପ୍ରତିଯୋଗିତାରେ ମାତ୍ର 11.7 ସେକେଣ୍ଡରେ 100 ମି. ଅତିକ୍ରମ କରି ସେ ନିଜ ରେକର୍ଡ ନିଜେ ଭାଙ୍ଗି ଥିଲେ ।
And Dutee is going to Tokyo!!@DuteeChand qualifies for #Tokyo2020 in Women’s 100m & 200m #Athletics via World Rankings!
Congratulations! 🇮🇳🇮🇳 pic.twitter.com/XvtMAsAFRg
— Sportistan.in (@sportistan_in) June 30, 2021