ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ପୁଣି ଦେଖାଦେଇଛି ଟିକାର ଅଭାବ ।ଯେଉଁଥିପାଇଁ ଆଜି 11ଟି ଜିଲ୍ଲାରେ ଟିକାକରଣ ବେଶ୍ ପ୍ରଭାବିତ ହୋଇପାରେ । ନୁଗୋଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଏବଂ ସୋନପୁର ଜିଲ୍ଲା ଗୁଡିକରେ ଟିକା ଅଭାବ ଯୋଗୁ ଟିକାକରଣ ବନ୍ଦ ରହିଛି । ବର୍ତ୍ତମାନ ରାଜ୍ୟରେ 38 ହଜାର 380 କୋଭିସିଲ୍ଡ ଟିକା ଉପଲବ୍ଧ ରହିଥିବା ବେଳେ 3 ଲକ୍ଷ 51 ହଜାର 220 ଡୋଜ କୋଭାକ୍ସିନ ରହିଛି ।
ତେବେ ପ୍ରତ୍ୟେକ ଦିନ 3 ଲକ୍ଷରୁ ଅଧିକ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।ଟିକାକରଣକୁ ବ୍ୟାପକ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ମାଗଣାରେ ଟିକା ଯୋଗାଇ ଦେଉଛନ୍ତି ।