ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପୁଣି ୩ ହଜାର ଟପିଛି ଦୈନିକ କରୋନା ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୭୧ ଜଣ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୯୨୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଚାକ୍ଟ କେସ୍ ୧୪୪୯ ରହିଛି ।ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଜାରି କରାଯାଇଛି ।
ତେବେ ୧୦ଟି ଜିଲ୍ଲାରେ ୧୦୦ ଉପରେ ସଂକ୍ରମଣ ସଂଖ୍ୟା ରହିଛି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୯୩ ଜଣ, ବାଲେଶ୍ୱରରୁ ୨୫୮ ଜଣ, ବରଗଡ଼ରୁ ୩୫ ଜଣ, ଭଦ୍ରକରୁ ୧୭୬ ଜଣ, ବଲାଙ୍ଗୀରରୁ ୧୨ ଜଣ, ବୌଦ୍ଧରୁ ୧୯ ଜଣ, କଟକରୁ ୪୬୮ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୫୮ ଜଣ, ଗଜପତିରୁ ୧୨ ଜଣ, ଗଞ୍ଜାମରୁ ୨୧ ଜଣ, ଜଗତସିଂହପୁରରୁ ୧୩୫ ଜଣ, ଯାଜପୁରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୫ ଜଣ, କଳାହାଣ୍ଡିରୁ ୧୧ ଜଣ, କନ୍ଧମାଳରୁ ୨୯ ଜଣ, କେନ୍ଦ୍ରାପଡ଼ାରୁ ୨୧୯ ଜଣ, କେନ୍ଦୁଝରରୁ ୭୦ ଜଣ, କୋରାପୁଟରୁ ୫୨ ଜଣ, ମାଲକାନଗିରିରୁ ୮୦ ଜଣ, ମୟୁରଭଞ୍ଜରୁ ୨୨୨ ଜଣ, ନବରଙ୍ଗପୁରରୁ ୩୪ ଜଣ, ନୟାଗଡ଼ରୁ ୧୩୫ ଜଣ, ନୂଆପଡ଼ାରୁ ୮ ଜଣ, ପୁରୀରୁ ୧୯୩ ଜଣ, ରାୟଗଡ଼ାରୁ ୫୯ ଜଣ, ସମ୍ୱଲପୁରରୁ ୨୮ ଜଣ, ସୋନପୁରରୁ ୨୨, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟ ପୁଲରୁ ୯୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ ୩୫୨୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ୍ ଟେଷ୍ଟିଂ ସଂଖ୍ୟା ୧୩୭୫୯୮୭୦ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦୯୮୦୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।
Covid-19 Report For 29th June
New Positive Cases: 3371
In quarantine: 1922
Local contacts: 1449(Details of local contacts will be shared by concerned Dist Administration)
District Wise Cases:
1. Angul: 93
2. Balasore: 258
3. Bargarh: 35
4. Bhadrak: 176
5. Balangir: 12— I & PR Department, Odisha (@IPR_Odisha) June 30, 2021
6. Boudh: 19
7. Cuttack: 468
8. Deogarh: 3
9. Dhenkanal: 58
10. Gajapati: 12
11. Ganjam: 21
12. Jagatsinghpur: 135
13. Jajpur: 210
14. Jharsuguda: 15
15. Kalahandi: 11
16. Kandhamal: 29
17. Kendrapada: 219
18. Keonjhar: 70
19. Khurda: 530
20. Koraput: 52
21. Malkangiri: 80— I & PR Department, Odisha (@IPR_Odisha) June 30, 2021