ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାରେ କରୋନା ଲଢେଇରେ ସାମିଲ ହୋଇଛି ଋଷୀୟ ଟିକା ସ୍ପୁଟନିକ୍ ଭି । ଗତକାଲି ଏହି ଟିକା ଭୁବନେଶ୍ବରରେ ପହଞ୍ଚିଥିବା ବେଳେ ଆଜିଠୁ ଭୁବନେଶ୍ୱରରେ ଏହି ଟିକା ପ୍ରଦାନ କରାଯିବ । ଭୁବନେଶ୍ୱରର ଚନ୍ଦ୍ରଶେଖର ପୁର ସ୍ଥିତ ଘରୋଇ ହସ୍ପିଟାଲ କେୟାର ହସ୍ପିଟାଲରେ ପକ୍ଷରୁ ପ୍ରଥମେ ଏହି ଟିକା ଦିଆଯିବ । ତେବେ ଏହି ଟିକା ଦୁଇଟି ବର୍ଗୀୟ ଲୋକଙ୍କୁ ଦିଆଯାଇପାରିବ । ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି ଏବଂ ୪୫ ବର୍ଷରୁ ଅଧିକଙ୍କୁ ୨୦ଟି ଟିକା ଦିଆଯିବ। ୧୮ବର୍ଷରୁ ଅଧକ ବୟସ୍କଙ୍କ ପାଇଁ ଆଜିଠାରୁ ୪ଦିନର ସମସ୍ତ ସ୍ଲଟ ବୁକ୍ ସରିଛି । ଭ୍ୟାକସିନ୍ ଦର ଡୋଜ୍ ପିଛା ୧୧୪୫ ଟଙ୍କା ରହିଛି ।
ପ୍ରଥମ ପର୍ଯ୍ୟାୟରେ ୬୦୦ ଡୋଜ ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଟିକା ଆସିବ । ଟିକା ନେଉଥିବା ଲୋକ ଅଧଘଣ୍ଟା ଅବଜର୍ଭେସନ୍ରେ ରହିବେ । ଦିନ ୧୦ଟା ରୁ ଅପରାହ୍ନ ୪ଟା ଭିତରେ ଟିକା ଦିଆଯିବ । ଏଥି ପାଇଁ ଥିବା ସମସ୍ତ ସରକାରୀ ନିୟମ ପାଳନ କରାଯିବ ବୋଲି କେୟାର ହସ୍ପିଟାଲ ପକ୍ଷରୁ କୁହାଯାଇଛି ।