ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜାମ୍ମୁ- କାଶ୍ମୀରରେ ଭାରତୀୟ ବାୟୁସେନା ବେସ ଉପରେ ଡ୍ରୋନ ଆକ୍ରମଣ ବିଷୟରେ ଆଲୋଚନା କରିବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ସମେତ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ୍ ଡୋଭାଲ୍ ମଧ୍ୟ ଯୋଗ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଜାମ୍ମୁରେ ଭାରତୀୟ ବାୟୁସେନାଙ୍କ ବେସ୍ ଉପରକୁ ଡ୍ରୋନ ସାହାଯ୍ୟରେ ଆକ୍ରମଣ କରାଯାଇଥିଲା । ଏଥି ସହିତ ସେହି ଅଞ୍ଚଳର ଷ୍ଟେସନ ଓ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ କରାଯାଇଥିଲା । ଏହି ଆକ୍ରମଣ ଆତଙ୍କବାଦୀ କରିଥାଇପାରନ୍ତି ବୋଲି କୁହାଯାଉଛି ।