ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିନା ପରୀକ୍ଷାରେ ମାଟ୍ରିକ୍ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଏହାକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ତେବେ ରାଜ୍ୟ ବ୍ୟାପି ପିଲାଙ୍କ ଅସନ୍ତୋଷ ଦେଖିବା ପରେ ବିକଳ୍ପ ଅଫ୍ ଲାଇନ ପରୀକ୍ଷା ପାଇଁ ଘୋଷଣା କରିଛି ବୋର୍ଡ ।
ବୋର୍ଡ ପକ୍ଷରୁ କୁହାଯାଇଛି, ଅସନ୍ତୁଷ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଅଫ୍ଲାଇନ ମାଟ୍ରିକ ପରୀକ୍ଷା ବ୍ୟବସ୍ଥା କରାଯାଉଛି। ଜୁଲାଇ ୫ରୁ ଅଫ୍ଲାଇନ ପରୀକ୍ଷା ନେଇ ଫର୍ମ ଫିଲ୍ଅପ୍ କରାଯିବ। ୧୦ ଦିନ ଭିତରେ ଫର୍ମ ଫିଲ୍ଅପ୍ ଶେଷ ପାଇଁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲ୍ଟ ପ୍ରକାଶ କରାଯିବ। ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ପାଇଁ +2 ନାମଲେଖା ସମସ୍ୟା ହେବନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦେଇଛି ।