ସନଷ୍ଟାର ଟିଭି ବ୍ୟୁରୋ
କଟକ: କରୋନା ସଂକ୍ରମଣ ଭୟରେ ବିନା ପରୀକ୍ଷାରେ ପ୍ରକାଶ ପାଇଛି ମାଟ୍ରିକ୍ ଫଳାଫଳ । ଚଳିତ ବର୍ଷ ପାସ୍ ହାର 97.89 ପ୍ରତିଶତ ଥିଲେ ମଧ୍ୟ ଫଳାଫଳକୁ ନେଇ ସନ୍ତୁଷ୍ଟ ନାହାନ୍ତି ଛାତ୍ରଛାତ୍ରୀ ତଥା ଅଭିଭାବକ । ମୂଲ୍ୟାୟନ ପ୍ରକ୍ରିୟାର ସ୍ବଚ୍ଛତା ଓ ବୋର୍ଡର ପକ୍ଷପାତିତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଗତକାଲି ଦିନ ତମାମ ବୋର୍ଡ ଅଫିସ ଘେରାଉ କରିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏ ସମସ୍ୟା ନେଇ ଆଜି ପୂର୍ବାହ୍ନରେ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରେସମିଟ କରିବ ।