ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କିଛି ଦିନ ତଳେ ଗ୍ରାହକମାନଙ୍କ ସୁବିଧା ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ଧାତବ ପଦାର୍ଥ ଉପରେ ବାଧ୍ୟତାମୂଳକ ହଲମାର୍କ ଚିହ୍ନ ଏବେ ଓଡିଶାରେ ମଧ୍ୟ ପାଳନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଓଡିଶାର ୮ଟି ଜିଲ୍ଲାରେ ଲାଗୁ କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଲା-ବାଲେଶ୍ୱର, ଭଦ୍ରକ, କଟକ, ଗଞ୍ଜାମ, ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜ ଓ ସମ୍ବଲପୁର । ସୁନା ଦୋକାନୀମାନେ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟ୍ ଯୁକ୍ତ ସୁନା ହିଁ ବିକ୍ରି କରିପାରିବେ । ସେହିପରି ସୁନା ବ୍ୟବସାୟୀଙ୍କ ପାଇଁ ଅତିରିକ୍ତ ୨୦, ୨୩ ଏବଂ ୨୪ କ୍ୟାରେଟ ସୁନା ଅଳଙ୍କାରକୁ ବି ହଲ୍ମାର୍କିଂ ପାଇଁ ଅନୁମତି ମିଳିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରିଛନ୍ତି।
ଶୁଦ୍ଧତାର ଗ୍ୟାରେଣ୍ଟି ଦେଉଥିବା ହଲ୍ମାର୍କିଂକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୁନ୍ ୧୭ ତାରିଖଠୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ପର୍ଯ୍ୟାୟ କ୍ରମେ ସାରା ଦେଶରେ ଲାଗୁ କରାଯିବ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
As per the Central Govt guidelines, mandatory Hallmarking has been implemented in 8 districts of #Odisha namely Balasore, Bhadrak, Cuttack, Ganjam, Jajpur, Khurda, Mayurbhanj & Sambalpur. . (1/2)
— Ranendra Pratap Swain (@rajaaswain) June 29, 2021
Jewellers will be allowed to sell only 14, 18 and 22 carats of gold jewellery. Gold of additional 20, 23 and 24 carats will also be allowed for hallmarking. Consumers should check Hallmarking before purchasing Jewellery.(2/2)
— Ranendra Pratap Swain (@rajaaswain) June 29, 2021