ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଟ୍ବିଟର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲୁଥିବା ବିବାଦ ଏବେ ଚରମ ସୀମାକୁ ଯାଇପାରେ । ଭାରତର ନକ୍ସାରେ ଭୁଲ୍ ତଥ୍ୟ ଦେବାକୁ ନେଇ ପୁଣି ଥରେ ଅଡୁଆରେ ପଡିପାରେ ଟ୍ବିଟର । ଏକ ସରକାରୀ ସୁତ୍ର ଅନୁସାରେ, ଟ୍ବିଟର ନିଜ ଓ୍ବେବସାଇଟରେ ଭାରତର ଯେଉଁ ନକ୍ସା ଦେଖାଇଛି, ସେଥିରେ ଜାମ୍ମୁ- କାଶ୍ମୀର ଓ ଲଦାଖକୁ ସାମିଲ କରିନାହିଁ ।ଟ୍ବିଟର ଜାମ୍ମୁ- କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ଭାବରେ ଦେଖାଇଛି ।
ଟ୍ବିଟରର କ୍ୟାରିଅର୍ ପେଜରେ ଟ୍ବିପ୍ ଲାଇଫ ସେକ୍ସନରେ ଓ୍ବାର୍ଲ୍ଡ ମ୍ୟାପ୍ ରହିଛି । ସେଠାରେ ଭାରତର ଜାମ୍ମୁ- କାଶ୍ମୀର ଓ ଲଦାଖକୁ ନ ଦେଖାଇ ଜାମ୍ମୁ- କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ଭାବରେ ଦେଖାଇଛି ।ଯାହାକୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି ।
ତେବେ ପୂର୍ବ ସପ୍ତାହରେ କପିରାଇଟ୍ ଉଲଂଘନ ଅଭିଯୋଗରେ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ କମ୍ପାନୀ 1 ଘଣ୍ଟା ପାଇଁ ବନ୍ଦ କରି ଦେଇଥିଲା ।