ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: କରୋନା ସଂକ୍ରମଣ ଦୃଷ୍ଟିରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରି ନଥିଲା । ତେବେ ଜୁଲାଇ ଶେଷ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି । ବଡ଼ ବଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ପଢିବାକୁ ଇଚ୍ଛା ଅଛି । ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି କରାଯିବ । ନାମଲେଖା ପାଇଁ ବର୍ତ୍ତମାନ ୬ ଲକ୍ଷ ୩୧୧୩ ସିଟ ଅଛି । ତାହା ବ୍ୟତୀତ କଲେଜକୁ ଆଧାର କରି ସିଟ ବୃଦ୍ଧି ହେବ । ଏହାସହ ଜୁଲାଇ ୩୧ ସୁଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଧା ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି ।