ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ତଳ ଉପର ହେବାରେ ଲାଗିଛି । ଦିନେ କମିଲେ ପରଦିନ ପୁଣି ବଢୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮୯୬ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୨୩ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩ହଜାର ୭୮୯ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୫୬୬ ଜଣ, ଖୋର୍ଦ୍ଧରୁ ୪୪୦ ଜଣ, ବାଲେଶ୍ବରରୁ ୩୯୭ ଜଣ,ମୟୂରଭଞ୍ଜରୁ ୧୯୯ ଜଣ, ଯାଜପୁରରୁ ୧୯୪ ଜଣ, ପୁରୀରୁ ୧୭୫ ଜଣ, ଭଦ୍ରକରୁ ୧୬୩ ଜଣ, କେନ୍ଦ୍ରାପଡ଼ାରୁ ୧୩୪ ଜଣ, ଜଗତସିଂହପୁରରୁ ୧୩୦ ଜଣ, ଅନୁଗୁଳରୁ ୧୧୬ ଜଣ, ନୟାଗଡ଼ରୁ ୧୧୧ ଜଣ,ମାଲକାନଗିରିରୁ ୭୧ ଜଣ, ଢ଼େଙ୍କାନାଳରୁ ୬୯ ଜଣ,କେନ୍ଦୁଝରୁ ୬୫ ଜଣ, କୋରାପୁଟରୁ ୫୯ ଜଣ, ବରଗଡ଼ରୁ ୪୭ ଜଣ,ରାୟଗଡ଼ାରୁ ୪୩ ଜଣ, ନବରଙ୍ଗପୁରରୁ ୩୯ ଜଣ, ସୁନ୍ଦରଗଡ଼ରୁ ୩୬ ଜଣ, କଳାହାଣ୍ଡିରୁ ୩୧ ଜଣ, ସମ୍ବଲପୁରରୁ ୨୯ ଜଣ, କନ୍ଧମାଳରୁ ୨୩ ଜଣ, ଗଞ୍ଜାମରୁ ୧୮ ଜଣ,ସୋନପୁରରୁ ୧୭ ଜଣ, ବୌଦ୍ଧରୁ ୧୬ ଜଣ, ଗଜପତିର ୧୨ ଜଣ,ଝାରସୁଗୁଡ଼ାରୁ ୧୧ ଜଣ, ବଲାଙ୍ଗୀରରୁ ୧୦ ଜଣ, ଦେବଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁ, ଏବଂ ଷ୍ଟେଟ୍ ପୋଲ୍ରୁ ୯୦ ଜଣ ସଂକ୍ରମିତ ହୋଇଛନ୍ତି।