ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଜୁଲାଇ୧ରୁ SBI ବ୍ୟାଙ୍କରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ସେହିସବୁ ବିଷୟରେ ଜାଣିବା ଜରୁରୀ । ନଚେତ୍ ଆପଣ ମହଙ୍ଗାରେ ପଡିପାରନ୍ତି ।
SBI ଏଟିଏମରୁ ପଇସା ବାହାର କରିବା ମହଙ୍ଗା
SBI ନିଜ ଜରୁରି ନିୟମରେ ପରିବର୍ତ୍ତନ କରିଛି । ୧ ଜୁଲାଇରୁ ଏହି ନିୟମ ଲାଗୁ ହେବ । ଏହା ପରେ ଏଟିଏମରୁ କ୍ୟାଶ୍ ଉଠାଣ ମହଙ୍ଗା ହୋଇଯିବ । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଏଟିଏମ ଓ ବ୍ୟାଙ୍କ ସର୍ଭିସର ନିୟମରେ କିଛି ପରିବର୍ତ୍ତନ କରିଛି । ଏସବିଆଇ ଗ୍ରାହକଙ୍କୁ ବ୍ୟାଙ୍କରୁ ୪ ଥରରୁ ଅଧିକ ପଇସା ଉଠାଣରେ ଅତିରିକ୍ତ ଚାର୍ଜ ଦେବାକୁ ହେବ । ଏଥିରେ ବ୍ୟାଙ୍କର ଏଟିଏମ ମଧ୍ୟ ସାମିଲ । ୪ ଥର ପଇସା ଉଠାଇବା ପରେ ପ୍ରତି ଟ୍ରାଞ୍ଜାକ୍ସନରେ ଆପଣଙ୍କୁ ୧୫ ଟଙ୍କା ଓ ଜିଏସଟି ଯୋଡି ଶୁଳ୍କ ଦେବାକୁ ହେବ । ସମସ୍ତ ନୂଆ ସର୍ଭିସ୍ ଚାର୍ଜ ୧ ଜୁଲାଇ ୨୦୨୧ରୁ SBI ବେସିକ୍ ସେଭିଂଙ୍ଗ୍ସ ବ୍ୟାଙ୍କ ଡିପୋଜିଟ୍ ଖାତାଧାରୀଙ୍କ ଉପରେ ଲାଗୁ ହେବ ।
SBI ଚେକବୁକ୍ ହେବ ମହଙ୍ଗା
SBI BSBD ଖାତାଧାରୀଙ୍କଠୁ ୧୦ ଚେକବୁକରେ କୌଣସି ଚାର୍ଜ ନିଏନି । କିନ୍ତୁ ୧୦ ପରେ ୪୦ ଟଙ୍କା ପ୍ଲସ୍ ଜିଏସଟି ଚାର୍ଜ କରାଯିବ । ୨୫ ଚେକ୍ ବୁକରେ ୭୫ ଟଙ୍କା ଚାର୍ଜ କରାଯିବ । ଏମରଜେନ୍ସି ଚେକବୁକରେ ୫୦ ଟଙ୍କା ଓ ଜିଏସଟି ଚାର୍ଜ ଦେବାକୁ ହେବ । ତେବେ ବରିଷ୍ଠ ନାଗରିକଙ୍କୁ ଚେକବୁକରେ ନୂଆ ସେବା ଶୁଳ୍କରେ ରିହାତି ଦିଆଯିବ ।