ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଆଜିଠାରୁ +2 ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଡମିଟ କାର୍ଡ । ଛାତ୍ରଛାତ୍ରୀମାନେ ନିଜ କଲେଜରୁ ଆଡମିଟ କାର୍ଡ ନେଇପାରିବେ । ଅନ୍ୟପଟେ +2 ବିଜ୍ଞାନ, ବାଣିଜ୍ୟ ଓ କଳା ବିଷୟର ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ପ୍ରାଟିକାଲ ପେପର ଓ ପ୍ରୋଜେକ୍ଟ ପେପର କଲେଜରେ ଦାଖଲ କରିବେ । ଏନେଇ ଆଜି ବିଜ୍ଞାନ ଛାତ୍ରଛାତ୍ରୀମାନେ ପ୍ରୋଜେକ୍ଟ ପେପର ଦାଖଲ କରିବା ସହ 29 ତାରିଖରେ ବାଣିଜ୍ୟ ଓ 30 ତାରିଖରେ କଳାର ଛାତ୍ରଛାତ୍ରୀ ମାନେ ନିଜର ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ ପେପର ଦାଖଲ କରିବେ ।
ଏନେଇ କୋଭିଡ ଗାଇଡଲାଇନ ମଧ୍ଯ ଜାରି କରାଯାଇଛି । ଗୋଟିଏ ରୁମରେ ସର୍ବାଧିକ 40 ପିଲା 6 ମିଟର ଦୂରତା ରେ ବସିପାରିବେ । ସାମାଜିକ ଦୂରତା, ମାସ୍କ ବାଧ୍ୟତାମୂଳକ ଅଟେ । ପିଲାଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଅଲଗା ଅଲଗା ବିଷୟର ପ୍ରାକ୍ଟିକାଲ ପେପର ଦେବାକୁ ପଡିବନି । ଏକା ସାଙ୍ଗରେ ଗୋଟିଏ ସ୍ଥାନରେ ଗ୍ରହଣ କରିବ କଲେଜ।ତେବେ ଏହି 3ଟି ତାରିଖର ଦିଆଯାଇଥିବା ବେଳେ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ କଲେଜ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଠାରୁ ପ୍ରୋଜେକ୍ଟ ପେପର ନେଇପାରିବେ । ରାଜ୍ୟରେ ଥିବା ସମସ୍ତ ଜୁନିଅର କଲେଜ ଗୁଡିକକୁ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ପିଲାଙ୍କ ମାର୍କ ମାଧ୍ୟମିକ ପରିଷଦ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି ।