ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦିଲ୍ଲୀରେ ଖୋଲିବ ଜିମ୍ ଓ ଯୋଗ ସଂସ୍ଥା । ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଦିଲ୍ଲୀ ସରକାର କଟକଣା ଧୀରେ ଧୀରେ କୋହଳ କରୁଛନ୍ତି । ଏବେ ଦିଲ୍ଲୀରେ ବିବାହ କାର୍ଯ୍ୟରେ ସର୍ବାଧିକ ୫୦ ଜଣ ଲୋକ ସାମିଲ ହୋଇପାରିବେ । ଏହାସହ ମ୍ୟାରେଜ୍ ହଲ୍ ଓ ହୋଟେଲରେ ମଧ୍ୟ ବିବାହ ଅନୁଷ୍ଠିତ ହୋଇପାରିବ । ଏନେଇ ଦିଲ୍ଲୀ ସରକାର ଅନୁମତି ପ୍ରଦାନ କରିଛନ୍ତି । ହେଲେ ୫୦ରୁ ଅଧିକ ଲୋକ ଏକାଠି ନହେବା ପାଇଁ କୁହାଯାଇଛି । ସେହିପରି ଦିଲ୍ଲୀରେ ସୋମବାରଠୁ ୫୦% କ୍ଷମତା ସହ ଜିମ୍ ଓ ଯୋଗ ସଂସ୍ଥା ଖୋଲିବ । କିନ୍ତୁ ସିନେମା ହଲ୍, ଥିଏଟର ଓ ସୁଇମିଂ ପୁଲ୍ ବନ୍ଦ ରହିବ ।