ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟରେ ପୁଣି ଉପର ମୁହାଁ ହୋଇଛି କରୋନା ସଂକ୍ରମଣ ।ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ତଳେ ଥିବା ବେଳେ ଆଜି ୩୫୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୯ ଜିଲ୍ଲାର ଦୈନିକ ସଂକ୍ରମଣ ନେଇ ଚିନ୍ତା ଘାରିଛି । ଏଥିମଧ୍ୟରୁ ୫ଟି ଜିଲ୍ଲା ସଂକ୍ରମଣ ହାର ରେଡ୍ ଜୋନ୍ରେ ରହିଛି । ଅନ୍ୟପଟେ ଓଡ଼ିଶାରେ ପ୍ରଥମ କରି ଡେଲଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି । ଯାହା ଅଧିକ ଚିନ୍ତାର କାରଣ ସାଜିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୨୮ କ୍ଵାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୫୨୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୯୭ ହଜାର ୦୬୨ ଜଣ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୧ ଜଣ, କଟକରୁ ୫୦୧ ଜଣ,ବାଲେଶ୍ବରରୁ ୨୭୧ ଜଣ, ଯାଜପୁରରୁ ୨୫୬ ଜଣ, ପୁରୀରୁ ୨୩୩ ଜଣ, ମୟୂରଭଞ୍ଜରୁ ୧୯୬ ଜଣ, ଭଦ୍ରକରୁ ୧୫୮ ଜଣ,ଜଗତସିଂହପୁରରୁ ୧୫୪ ଜଣ, ଅନୁଗୁଳରୁ ୧୩୩ ଜଣ,କେନ୍ଦ୍ରାପଡ଼ାରୁ ୧୧୯ ଜଣ, ନୟାଗଡ଼ରୁ ୧୦୦ ଜଣ, ସୁନ୍ଦରଗଡ଼ରୁ ୭୧ ଜଣ, କୋରାପୁଟରରୁ ୬୯ ଜଣ, କେନ୍ଦୁଝରରୁ ୬୫ ଜଣ, ମାଲକାନଗିରି ଓ ରାୟଗଡ଼ା ଜିଳ୍ଲାରୁ ୬୧ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୫୬ ଜଣ, କନ୍ଧମାଳରୁ ୩୮ ଜଣ, ବୌଦ୍ଧରୁ ୩୩ ଜଣ, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୩୧ ଜଣ ଲେଖାଏଁ,ସୋନପୁରରୁ ୨୯ ଜଣ, ଗଜପତିରୁ ୨୪ ଜଣ, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରୁ ୨୨ ଜଣ ଲେଖାଏଁ, କଳାହାଣ୍ଡି ୨୧ ଜଣ, ନୂଆପଡ଼ାରୁ ୨୦ ଜଣ, ସମ୍ବଲପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, ଦେବଗଡ଼ରୁ ୮ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।