ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶାର ରାଜଧାନୀ ତଥା ସ୍ମାର୍ଟ ସିଟି ଭୁବନେଶ୍ୱର ଗୋଟିଏ ପରେ ଗୋଟିଏ ପୁରସ୍କାର ସାଉଁଟିବାରେ ଲାଗିଛି । ଇଣ୍ଡିଆ ସ୍ମାର୍ଟସିଟି ଆୱାର୍ଡ ପ୍ରତିଯୋଗିତାରେ ଭୁବନେଶ୍ୱର ସାମାଜିକ ପ୍ରକଳ୍ପ ବିଭାଗରେ ୨ୟ ଓ ପ୍ରଶାସନିକ ସେବା ବିଭାଗରେ ୩ୟ ସ୍ଥାନ ହାସଲ କରିଛି । ସହରାଞ୍ଚଳ ଓ ଗୃହ ନିର୍ମାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ଦେଶର ୧୦୦ଟି ସ୍ମାର୍ଟସିଟି ଅଂଶଗ୍ରହଣ କରିଥିଲେ । ଫଳାଫଳ ଅନୁସାରେ ତିରୁପତି ପ୍ରଥମ ପୁରସ୍କାର ହାସଲ କରିଥିବା ବେଳେ ଭୁବନେଶ୍ୱର ଦ୍ୱିତୀୟ ସ୍ଥାନ ହାସଲ କରିଛି । ତେବେ କର୍ଣ୍ଣାଟକର ତୁମାକୁର ସହର ତୃତୀୟ ସ୍ଥାନ ଅଧିକାର କରିଛି ।
ତେବେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଦ୍ୱାରା କରାଯାଉଥିବା ପ୍ରକଳ୍ପ ‘ସୋସିଆଲ ସ୍ମାର୍ଟ ଭୁବନେଶ୍ୱର’ ଓ ‘ଭୁବନେଶ୍ୱର. ମି’ ପ୍ରକଳ୍ପ ପାଇଁ ମଧ୍ୟ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।ଏଥିସହ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ନିଆଯାଉଥିବା ପଦକ୍ଷେପ, ଓ୍ୱାଇ ଫାଇ ବ୍ୟବସ୍ଥା, ପବ୍ଲିକ୍ ଟ୍ରାନ୍ସପୋର୍ଟ ଭଳି ଜନକଲ୍ୟାଣ ଯୋଜନାକୁ ମଧ୍ୟ ଉଚ୍ଚ ପ୍ରଂଶସିତ କରାଯାଇଥିଲା ।
Congratulations @BSCL_BBSR on winning 2nd prize in @MoHUA_India’s India Smart City Awards Contest for its #SociallySmartBhubaneswar project & 3rd prize in the Governance category for its Unique Mobile APP ‘Bhubaneswar Me’. Odisha is committed to make cities liveable & inclusive. pic.twitter.com/sLKqfB2Qfe
— CMO Odisha (@CMO_Odisha) June 25, 2021