ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢିବାରେ ଲାଗିଛି ତୈଳ ଦର । କରୋନା ମହାମାରୀ ଯୋଗୁଁ ସାଧାରଣ ହସ୍ତସନ୍ତ ହେଉଥିବା ବେଳେ ଏହି ବର୍ଦ୍ଧିତ ତୈଳ ଦର ବୋଝ ଉପରେ ଲଳିତା ବିଡା ସାଜିଛି । ଏହି ତୈଳ ଦର ବୃଦ୍ଧିକୁ ପ୍ରତିବାଦରେ ଜାତୀୟ ଦଳ କଂଗ୍ରେସ ଜୁଲାଇ 7ତାରିଖରୁ 17 ତାରିଖ ଯାଏଁ ଦେଶବ୍ୟାପୀ ଆନ୍ଦୋଳନ କରିବାର ନିଷ୍ପତି ନେଇଛି ।
ତେବେ ଏହି ଆନ୍ଦୋଳନକୁ କଂଗ୍ରେସ ନେତା କହିଛନ୍ତି ଯେ, ଏହି ଧାରଣା ଦେଶର କୋଣ ଅନୁକୋଣରେ କରାଯିବ । ଦେଶରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହା ସହିତ ସମସ୍ତ କଂଗ୍ରେସ ନେତା ଓ ଦଳୀୟ କର୍ମୀ ଜିଲ୍ଲା ସ୍ତରରେ ଏକ ସାଇକେଲ ଯାତ୍ରା କରିବେ । ତୈଳ ଦର ହ୍ରାସ କରିବା ସେମାନଙ୍କ ମୁଖ୍ୟ ଦାବି ରହିବ ।
ଗତ ଗୁରୁବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧକ୍ଷତାରେ ଏକ ବୈଠକ ବସିଥିଲା ।ସେହି ବୈଠକରେ ଦଳର ସାଧାରଣ ସମ୍ପାଦକଙ୍କ ସମେତ ରାଜ୍ୟ ଦାୟିତ୍ବରେ ଥିବା ପରିଚାଳନା ଅଧିକାରୀ ଯୋଗ ଦେଇଥିଲେ । ଏଥିରେ ତୈଳ ଦର ବୃଦ୍ଧି ବିଷୟରେ ଆଲୋଚନା ହୋଇଥିଲା । ଏହାର ପ୍ରତିବାଦରେ 10 ଦିନିଆ ବିକ୍ଷୋଭ ପ୍ରର୍ଦଶନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।