ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଦେଶରେ କରୋନାର ତୃତୀୟ ଲହର ଆସିବା ପୂର୍ବରୁ ଟିକାକରଣକୁ ସାରିବା ପାଇଁ ଲକ୍ଷ୍ୟ ରଖାଯାଇ ଟିକାକରଣ ଜୋରଦାର କରାଯାଉଛି । ରାଜ୍ୟ ସରକାରଙ୍କ ପାଖରେ ଟିକାର ଅଭାବକୁ ଦେଖି ସମଗ୍ର ଦେଶରେ ମାଗଣାରେ ରାଜ୍ୟ ସରକାରମାନଙ୍କୁ ଟିକା ଯୋଗାଇ ଦେଉଛନ୍ତି କେନ୍ଦ୍ର ସରକାର ।
ତେବେ ରାଜ୍ୟରେ ଘରୋଇ ହସ୍ପିଟାଲରେ କରାଯାଉଥିବା ଟୀକାକରଣକୁ ସରକାର ବାତିଲ କରିଛନ୍ତି । ସଂଶୋଧିତ କୋରୋନା ଟୀକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟୀକା ଯୋଗାଇ ଦିଆଯିବ । 18 ବର୍ଷରୁ ଅଧିକ ନାଗରିକଙ୍କ ଟୀକାକରଣ ପାଇଁ ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ କରିବାକୁ ଏବଂ ଘରୋଇ ହସ୍ପିଟାଲରୁ ଟିକା ଷ୍ଟକ୍ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି ।