ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ୍ ଫଳ ଚଳିତ ବର୍ଷ । କରୋନା ସଂକ୍ରମଣ ଭୟରେ ପରୀକ୍ଷା ବାତିଲ ହୋଇଥିଲେ ପିଲାଙ୍କ ଭବିଷ୍ୟତ ପାଇଁ ପୂର୍ବ ମାର୍କ ଅନୁସାରେ ମୂଲ୍ୟାଙ୍କନ କରାଯାଇ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏହାକୁ ନେଇ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ବେଶ୍ ଦ୍ବନ୍ଦ୍ବରେ ରହିଛନ୍ତି । ତେବେ ଗତକାଲି ଯାଏଁ ରାଜ୍ୟର ଅନେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ରୋଲ ନଂ ମଧ୍ୟ ପ୍ରଦାନ କରାଯାଇନଥିଲା ।
ଆଉ କିଛି ସମୟ ପରେ ଅର୍ଥାତ୍ ଅପରାହ୍ଣ 4 ଟାରେ ପରୀକ୍ଷା ଫଳ ପ୍ରକାଶିତ ହେବାକୁ ଥିବା ବେଳେ ସନ୍ଧ୍ୟା 6 ଟା ସୁଦ୍ଧା ଓ୍ବେବସାଇଟରେ ପରୀକ୍ଷା ଫଳ ବାହାରିବ । ତେବେ ଚଳିତ ବର୍ଷ ଦୁଇଟି ୱେବସାଇଟରେ ପରୀକ୍ଷା ଫଳ ବାହାରିବ ଜାରି । www.bseodisha.ac.in ଏବଂ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ ହେବ । ଇଣ୍ଟରନେଟର ସୁବିଧା ନଥିଲେ ମଧ୍ୟ ମୋବାଇଲ ଯୋଗେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଜାଣିପାରିବେ । ନିଜ ଫୋନରୁ OR01<roll no> ଲେଖି 5667750କୁ ଏସଏମଏସ କରି ସେମାନଙ୍କ ରେଜଲ୍ଟ ଜାଣିପାରିବେ ବିଦ୍ୟାର୍ଥୀ ।