ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: କୋଭିଡ୍ ନିୟମର ଉଲଙ୍ଘନ ଅଭିଯୋଗରେ ୟୁନିଟ୍-୧ ହାଟକୁ ସିଲ୍ କରାଯାଇଛି । ବିଏମସି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଓ ପୋଲିସ ମିଳିତ ହୋଇ ଏହାକୁ ସିଲ୍ କରିଛନ୍ତି । ବିଏମ୍ସି ଏନଫୋର୍ସମେଣ୍ଟ ଟିମ୍ ଏହି ଖୁଚୁରା(ରିଟେଲ) ଓ ପାଇକାରୀ (ହୋଲ୍ସେଲ୍) ବଜାରକୁ ଜୁଲାଇ ୧ ତାରିଖ ଯାଏ ବନ୍ଦ କରିଛନ୍ତି । ସଂକ୍ରମଣ ବଢିବା ଆଶଙ୍କାରେ ଏହାକୁ ତତ୍କାଳ ବନ୍ଦ କରି ଦିଆଯାଇଛି ।
ବିଏମସି ଦକ୍ଷିଣ ପୂର୍ବ ଜୋନ୍ ଓ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ପକ୍ଷରୁ ବୁଧବାର ସକାଳୁ ୟୁନିଟ୍-୧ ହାଟରେ ଯାଞ୍ଚ କରାଯାଇଥିଲା । ଏହି ସମୟରେ ଅଧିକାଂଶ ଦୋକାନୀ ଓ ଲୋକେ କୋଭିଡ୍ ନିୟମ ମାନୁନଥିବା ଦେଖିବାକୁ ମିଳିଥିଲା । ଶହ ଶହ ଲୋକେ ଏଠାରେ ଏକାଠି ହେଉଥିବା ଦେଖିବାକୁ ମିଳିଥିଲା । ଏଣୁ ବିଏମସି ପକ୍ଷରୁ ୟୁନିଟ୍-୧ ହାଟକୁ ବନ୍ଦ ନୋଟିସ୍ ମରାଯାଇଥିଲା । ଜୁଲାଇ ୧ ତାରିଖ ଯାଏ ବଜାର ବନ୍ଦ କରି ରଖିବାକୁ ବିଏମ୍ସି ନିଷ୍ପତ୍ତି ନେଇଛି ।