ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ : 1975 ମସିହା ଜୁନ୍ 25 ଅର୍ଥାତ୍ ଆଜିର ଦିନକୁ ଗଣତନ୍ତ୍ର ଇତିହାସରେ କଳା ଦିବସ ରୂପେ ମନାଯାଏ । କାରଣ ଆଜିର ଦିନରେ ନିଜର ରାଜନୈତିକ ସତ୍ତା ରକ୍ଷା କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ 352 ଧାରା ଜାରି କରାଯାଇ ଜରୁରୀ ଶାସନ ଜାରି କରିଥିଲେ । ଏହାକୁ 46 ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ମଧ୍ୟ ସେହି କଳା ଦିନ ସ୍ମରଣୀୟ ହୋଇ ରହିଛି ।
ଭାରତ ଇତିହାସରେ ବ୍ରିଟିଶ ଶାସନ ପରେ ଏହା ତୃତୀୟ ଥର ପାଇଁ ଜରୁରୀ ଶାସନ ଜାରି ହୋଇଥିଲା । ଶାସନ ନାମରେ ଅନେକ ବିପକ୍ଷ ଦଳର ନେତାଙ୍କୁ ଜେଲରେ ପୁରାଇ ଦିଆଗଲା । ଚତୁର୍ଥ ସ୍ତମ୍ଭ ସାଜିଥିବା ଗଣମାଧ୍ୟମ ଉପରେ ମଧ୍ୟ ଏକ ଶକ୍ତ ପ୍ରହାର ଦିଆଯାଇଥିଲା । ସରକାରଙ୍କ ବିନା ନିର୍ଦ୍ଦେଶରେ ଗଣମାଧ୍ୟମ ମଧ୍ୟ କିଛି ଛପାଇ ପାରିନଥିଲା ।ତେବେ 21 ଦିନ ଯାଏ ଏହି କ୍ରୁର ଶାସନ ଜାରି ରହିଥିଲା ।
ତେବେ ଏହି ଦିନକୁ ମନେ ପକାଇ ବଡ ବଡ ଦଳୀୟ ନେତା କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହା, ଶିକ୍ଷା ମନ୍ତ୍ରୀ ରମେଶ ପୋଖରୀୟାଲ ପ୍ରମୁଖ ଏହି ଦିବସକୁ ମନେ ପକାଇ କଳା ଦିବସ ରୂପେ ପାଳନ କରିଛନ୍ତି ।
25 जून,1975 भारतीय लोकतंत्र का एक काला अध्याय है,जब देश के नागरिकों के जनतांत्रिक अधिकारों का गला घोंट कर आपातकाल लागू कर दिया गया था।देश के नागरिकों ने इस दमन चक्र के विरोध में अपने अधिकारों की आवाज बुलंद की तथा जेल गए।लोकतंत्र के उन रक्षकों को मेरा नमन!#DarkDaysOfEmergency pic.twitter.com/JzCwFbxuyX
— Dr. Ramesh Pokhriyal Nishank (@DrRPNishank) June 25, 2021
The #DarkDaysOfEmergency can never be forgotten. The period from 1975 to 1977 witnessed a systematic destruction of institutions.
Let us pledge to do everything possible to strengthen India’s democratic spirit, and live up to the values enshrined in our Constitution.
— Narendra Modi (@narendramodi) June 25, 2021
1975 में आज ही के दिन कांग्रेस ने सत्ता के स्वार्थ व अंहकार में देश पर आपातकाल थोपकर विश्व के सबसे बड़े लोकतंत्र की हत्या कर दी। असंख्य सत्याग्रहियों को रातों रात जेल की कालकोठरी में कैदकर प्रेस पर ताले जड़ दिए। नागरिकों के मौलिक अधिकार छीनकर संसद व न्यायालय को मूकदर्शक बना दिया। pic.twitter.com/SvFmEXKYcn
— Amit Shah (@AmitShah) June 25, 2021